ଗୁରୁଗ୍ରାମରେ ଭୁଷୁଡିଲା ଶ୍ମଶାନ କାନ୍ଥ, ୪ ସେକେଣ୍ଡରେ ଚାଲିଗଲା ଚାରି ଜଣଙ୍କ ଜୀବନ

ନୂଆଦିଲ୍ଲୀ ୨୧।୦୪: ହରିୟାଣାର ଗୁରୁଗ୍ରାମ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଅର୍ଜୁନ ନଗରର ଶଶ୍ମାନ ଘାଟ କାନ୍ଥ ଭୁଶୁଡ଼ିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଜଣେ ନାବାଳିକା ସାମିଲ ଅଛନ୍ତି। ଏଥି ସହିତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶନିବାର ସନ୍ଧ୍ୟା ୬.୨୦ ସମୟରେ ଏହି ଘଟଣାଟି ନିକଟସ୍ଥ ଘରର ସିସିଟିଭିରେ କଏଦ ହୋଇଥିଲା। ଲୋକମାନଙ୍କୁ ହଟାଇବାର ସମୟ ନଥିଲା କାହିଁକି ନା ୪ ସେକେଣ୍ଡରେ କାନ୍ଥ ଭୁଶୁଡି ପଡିଲା । ଲୋକମାନେ କାନ୍ଥରେ କଡରେ ହିଁ ବସିଥିଲେ। ହଠାତ୍‌ ଶଶ୍ମାନ ହଠାତ୍ ଭୁଶୁଡି ପଡିଲା। ଏହା ପରେ ଲୋକମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। କିନ୍ତୁ ସେତେବେଳକୁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୭୦ ବର୍ଷୀୟ ଦେବୀ ଦୟାଲ, ୫୨ ବର୍ଷର କୃଷ୍ଣ, ୪୧ ବର୍ଷିୟ ମନୋଜ ଗବା ଏବଂ ଜଣେ ନାବାଳିକା ଅଛନ୍ତି। ଶବଦାହର ତଦାରଖକାରୀ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଏବିଷୟରେ କିଛି କହି ନାହାଁନ୍ତି। ଅବହେଳା ଯୋଗୁଁ ପୋଲିସ ମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ବୋଲି ଡାକ୍ତରମାନେ କହିଛନ୍ତି। ଏଥି ସହ ଅହମ୍ମଦାବାଦର ଅସରୱା ଠାରେ ମଧ୍ୟ ଏହିପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ କାନ୍ଥ ଭୁଶୁଡ଼ିବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତ

ଗୁରୁଗ୍ରାମରେ ଭୁଷୁଡିଲା ଶ୍ମଶାନ କାନ୍ଥ, ୪ ସେକେଣ୍ଡରେ ଚାଲିଗଲା ଚାରି ଜଣଙ୍କ ଜୀବନ

ନୂଆଦିଲ୍ଲୀ ୨୧।୦୪: ହରିୟାଣାର ଗୁରୁଗ୍ରାମ ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଅର୍ଜୁନ ନଗରର ଶଶ୍ମାନ ଘାଟ କାନ୍ଥ ଭୁଶୁଡ଼ିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଜଣେ ନାବାଳିକା ସାମିଲ ଅଛନ୍ତି। ଏଥି ସହିତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶନିବାର ସନ୍ଧ୍ୟା ୬.୨୦ ସମୟରେ ଏହି ଘଟଣାଟି ନିକଟସ୍ଥ ଘରର ସିସିଟିଭିରେ କଏଦ ହୋଇଥିଲା। ଲୋକମାନଙ୍କୁ ହଟାଇବାର ସମୟ ନଥିଲା କାହିଁକି ନା ୪ ସେକେଣ୍ଡରେ କାନ୍ଥ ଭୁଶୁଡି ପଡିଲା । ଲୋକମାନେ କାନ୍ଥରେ କଡରେ ହିଁ ବସିଥିଲେ। ହଠାତ୍‌ ଶଶ୍ମାନ ହଠାତ୍ ଭୁଶୁଡି ପଡିଲା। 

ଏହା ପରେ ଲୋକମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। କିନ୍ତୁ ସେତେବେଳକୁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୭୦ ବର୍ଷୀୟ ଦେବୀ ଦୟାଲ, ୫୨ ବର୍ଷର କୃଷ୍ଣ, ୪୧ ବର୍ଷିୟ ମନୋଜ ଗବା ଏବଂ ଜଣେ ନାବାଳିକା ଅଛନ୍ତି। ଶବଦାହର ତଦାରଖକାରୀ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଏବିଷୟରେ କିଛି କହି ନାହାଁନ୍ତି। ଅବହେଳା ଯୋଗୁଁ ପୋଲିସ ମୃତ୍ୟୁ ମାମଲା ରୁଜୁ କରିଛି। ଅନ୍ୟ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ବୋଲି ଡାକ୍ତରମାନେ କହିଛନ୍ତି। 

ଏଥି ସହ ଅହମ୍ମଦାବାଦର ଅସରୱା ଠାରେ ମଧ୍ୟ ଏହିପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ କାନ୍ଥ ଭୁଶୁଡ଼ିବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ୫ ରୁ ଅଧିକ ଗାଡି ମଧ୍ୟ କାନ୍ଥର ତଳେ ପୋତି ହୋଇ ନଷ୍ଟ ହୋଇଯାଇଛି । ଲୋକମାନେ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ଡକାଇ ଅପରେସନ୍ ଆରମ୍ଭ କରିଥିଲା। ମୃତକଙ୍କ ମଧ୍ୟରେ ୫୫ ବର୍ଷିୟ କୁନିରାମ ଏବଂ ୪୦ ବର୍ଷିୟ ସିଦ୍ଦିକି ପଠାନ ଅଛନ୍ତି। ଏଥିସହ ୩ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।