ଆତଙ୍କୀ ହମଲା ପରେ ରୁଷ୍ ଟାର୍ଗେଟରେ ୟୁକ୍ରେନ୍; କୀଭ୍ ଉପରେ ଘନଘନ ମିସାଇଲ୍ ମାଡ଼
କୀଭ୍, ୨୫/୩: ମସ୍କୋରେ କନସର୍ଟ ହଲ୍ରେ ଆତଙ୍କବାଦୀ ଆକ୍ରମଣ ପରେ ରୁଷ୍ ଅଧିକ ଆକ୍ରମଣାତ୍ମକ ହୋଇଛି । ୟୁକ୍ରେନ୍ ରାଜଧାନୀ କୀଭ୍ ସମେତ ଲଭିଭ୍ ସହରରେ ଉପରେ ଋଷ୍ ଘନଘନ ମିସାଇଲ ମାଡ଼ କରିଛି । ମସ୍କୋ ଆଡ଼ୁ ୟୁକ୍ରେନ ରାଜଧାନୀକୁ ଟାର୍ଗେଟ କରି ୫୭ କ୍ଷେପଣାସ୍ତ୍ର, ଡ୍ରୋନରେ ଆକ୍ରମଣ କରିଛି । ଫଳରେ ରୁଷ୍ର ମିସାଇଲ ପୋଲାଣ୍ଡ ବାୟୁସୀମା ଅତିକ୍ରମ କରିଥିବା ୱାରସ ଅଭିଯୋଗ କରିଛି । ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ କିଏଭ୍ ମେୟର ଭିତାଲି କ୍ଲିଟ୍ଶ୍ଚୋକ ଟେଲିଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ରୁଷୀୟ ଟିୟୁ-୯୫ଏମ୍ଏସ୍ ଷ୍ଟ୍ରାଟେଜିକ୍ ବମ୍ବରରୁ ମିସାଇଲ ଆକ୍ରମଣ ନେଇ ଆଗୁଆ ସୂଚନା ମିଳିବା ପରେ ୟୁକ୍ରେନରେ ଦେଶବ୍ୟାପୀ ଏୟାର ଆଲର୍ଟ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ରୁଷ୍ ଆଡ଼ୁ ୟୁକ୍ରେନ୍କୁ ଛଡ଼ାଯାଇଥିବା ଏକ ମିସାଇଲ ପୋଲାଣ୍ଡ ବାୟୁସୀମାରେ ପ୍ରବେଶ କରିବାକୁ ନେଇ ପୋଲାଣ୍ଡ ସମେତ ନାଟୋ ଦେଶଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି । ପ୍ରାୟ ୩୯ ସେକେଣ୍ଡ ପର୍ଯ୍ୟନ୍ତ ରୁଷୀୟ ମିସାଇଲ ପୋଲାଣ୍ଡ ବାୟୁସୀମା ମଧ୍ୟରେ ରହିଥିଲା । ନିଜ ବାୟୁସୀମାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ପୋଲାଣ୍ଡ ସରକାର ।ରୁଷୀୟ ମିସାଇଲ ପୋଲାଣ୍ଡରେ ପ୍ରବେଶ କରିବା ପରେ ପୋଲାଣ୍ଡ ଏବଂ ଏହାର ସହଯୋଗୀଙ୍କ
କୀଭ୍, ୨୫/୩: ମସ୍କୋରେ କନସର୍ଟ ହଲ୍ରେ ଆତଙ୍କବାଦୀ ଆକ୍ରମଣ ପରେ ରୁଷ୍ ଅଧିକ ଆକ୍ରମଣାତ୍ମକ ହୋଇଛି । ୟୁକ୍ରେନ୍ ରାଜଧାନୀ କୀଭ୍ ସମେତ ଲଭିଭ୍ ସହରରେ ଉପରେ ଋଷ୍ ଘନଘନ ମିସାଇଲ ମାଡ଼ କରିଛି । ମସ୍କୋ ଆଡ଼ୁ ୟୁକ୍ରେନ ରାଜଧାନୀକୁ ଟାର୍ଗେଟ କରି ୫୭ କ୍ଷେପଣାସ୍ତ୍ର, ଡ୍ରୋନରେ ଆକ୍ରମଣ କରିଛି । ଫଳରେ ରୁଷ୍ର ମିସାଇଲ ପୋଲାଣ୍ଡ ବାୟୁସୀମା ଅତିକ୍ରମ କରିଥିବା ୱାରସ ଅଭିଯୋଗ କରିଛି । ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ କିଏଭ୍ ମେୟର ଭିତାଲି କ୍ଲିଟ୍ଶ୍ଚୋକ ଟେଲିଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ରୁଷୀୟ ଟିୟୁ-୯୫ଏମ୍ଏସ୍ ଷ୍ଟ୍ରାଟେଜିକ୍ ବମ୍ବରରୁ ମିସାଇଲ ଆକ୍ରମଣ ନେଇ ଆଗୁଆ ସୂଚନା ମିଳିବା ପରେ ୟୁକ୍ରେନରେ ଦେଶବ୍ୟାପୀ ଏୟାର ଆଲର୍ଟ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ରୁଷ୍ ଆଡ଼ୁ ୟୁକ୍ରେନ୍କୁ ଛଡ଼ାଯାଇଥିବା ଏକ ମିସାଇଲ ପୋଲାଣ୍ଡ ବାୟୁସୀମାରେ ପ୍ରବେଶ କରିବାକୁ ନେଇ ପୋଲାଣ୍ଡ ସମେତ ନାଟୋ ଦେଶଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି । ପ୍ରାୟ ୩୯ ସେକେଣ୍ଡ ପର୍ଯ୍ୟନ୍ତ ରୁଷୀୟ ମିସାଇଲ ପୋଲାଣ୍ଡ ବାୟୁସୀମା ମଧ୍ୟରେ ରହିଥିଲା । ନିଜ ବାୟୁସୀମାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ପୋଲାଣ୍ଡ ସରକାର ।
ରୁଷୀୟ ମିସାଇଲ ପୋଲାଣ୍ଡରେ ପ୍ରବେଶ କରିବା ପରେ ପୋଲାଣ୍ଡ ଏବଂ ଏହାର ସହଯୋଗୀଙ୍କ ଏୟାରକ୍ରାଫ୍ଟକୁ ସକ୍ରିୟ କରାଯାଇଥିଲା ବୋଲି ପୋଲିଶ ଆର୍ମ୍ଡ ଫୋର୍ସେସ୍ ଅପରେସନାଲ କମାଣ୍ଡ ପକ୍ଷରୁ କୁହାଯାଇଛି । ଦୁଇ ବର୍ଷ ଧରି ଚାଲିଥିବା ୟୁକ୍ରେନ୍-ରୁଷ୍ ଯୁଦ୍ଧରେ ୟୁକ୍ରେନ୍ ସୈନ୍ୟ ଏବଂ ସାମରିକ ଉପକରଣ ତଥା ଅସ୍ତ୍ରଶସ୍ତ୍ର ଅଭାବର ସାମ୍ନା କରୁଥିଲେ ବି ରୁଷ୍ ସୀମାରେ ପଶି ପ୍ରତି ଆକ୍ରମଣ କରିବାକୁ ପଣ କରିଛି । ରୁଷ୍ ଛାଡ଼ିଥିବା ୨୯ ମିସାଇଲରୁ ୧୮ଟିକୁ ୟୁକ୍ରେନ୍ର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଛି । ସେହିପରି ୨୮ ଡ୍ରୋନ୍ ମଧ୍ୟରୁ ୨୫ଟିକୁ ନଷ୍ଟ କରାଯାଇଛି । ତେବେ ଏହି ଆକ୍ରମଣରେ ମୃତାହତଙ୍କ ବାବଦରେ ତଥ୍ୟ ମିଳିନାହିଁ ।