ଆତଙ୍କୀ ହାମଲାରେ ଥରିଲା ପାକିସ୍ତାନ, ନୌସେନା ଏୟାରବେସ୍‌ରେ ଫୁଟିଲା ଗୁଳି

ତୁର୍ବତରେ ଥିବା ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ନୌସେନା ଏୟାରବେସ ‘ପିଏନ୍‌ଏସ୍‌ ସିଦ୍ଦିକି’ ଉପରେ ଆଜି ସକାଳୁ ହୋଇଛି ହୋଇଛି ଜୋରଦାର ହମଲା । ପ୍ରାୟ ୩ ଘଣ୍ଟା କାଳ ରକେଟ ମାଡ଼ ସହ ଲଗାତାର ଫାୟାରିଂ କରାଯାଇଛି ।

ଆତଙ୍କୀ ହାମଲାରେ ଥରିଲା ପାକିସ୍ତାନ, ନୌସେନା ଏୟାରବେସ୍‌ରେ ଫୁଟିଲା ଗୁଳି

ପୁଣି ଥରେ ଆତଙ୍କୀ ହାମଲାରେ ଥରିଲା ପାକିସ୍ତାନ । ତୁର୍ବତରେ ଥିବା ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ନୌସେନା ଏୟାରବେସ ‘ପିଏନ୍‌ଏସ୍‌ ସିଦ୍ଦିକି’ ଉପରେ ଆଜି ସକାଳୁ ହୋଇଛି ହୋଇଛି ଜୋରଦାର ହମଲା । ପ୍ରାୟ ୩ ଘଣ୍ଟା କାଳ ରକେଟ ମାଡ଼ ସହ ଲଗାତାର ଫାୟାରିଂ କରାଯାଇଛି । ଏହି ଆତଙ୍କବାଦୀ ହାମଲା ପାଇଁ ବାଲୋଚିସ୍ତାନ ଲିବରେସନ ଆର୍ମି (BLA) ନିଜକୁ ଦାୟୀ କରିଛି । ଏହି ଆକ୍ରମଣରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।

ବାଲୋଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ବାଲୋଚିସ୍ତାନ ଲିବରେସନ ଆର୍ମୀ । ଏୟାରବେସରେ ଚୀନର ଡ୍ରୋନ ଥିବା ଜାଣିବା ପରେ ଲିବରେସନ ଆର୍ମି ପକ୍ଷରୁ ଏପରି ହମଲା କରାଯାଇଥିଲା । ଏଥିରେ ପ୍ରବଳ ଗୁଳି ମାଡ଼ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ଘଟିଛି। ଏଭଳି ଆକ୍ରମଣ ପରେ ପାକିସ୍ତାନର ଟରବାଟ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ ଜରୁରୀକାଳୀନ ଘୋଷଣା କରାଯାଇଛି ।

BLA ପକ୍ଷରୁ ଜାରି ହୋଇଥିବା ଅଡିଓ କ୍ଲିପ୍‌ ଅନୁଯାୟୀ, ଏୟାରବେସ୍‌ରେ ଚୀନ୍‌ ଡ୍ରୋନ୍‌ ଥିବା ଜାଣିବା ପରେ ଆମ ଯୋଦ୍ଧା ତା’ ଭିତରେ ପଶିଥିଲେ। ସେମାନେ ଆଖି ବୁଜା ଗୁଳି ଚଳାଇବା ସହ ବୋମା ଫୁଟାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଏପରି ହିଂସାକାଣ୍ଡ ଚାଲିଥିବା ବେଳେ ଏଥିରେ ବହୁ ଲୋକ ମୃତାହତ ହୋଇଛନ୍ତି।

ଏହାପରେ ହାମଲା ଖବର ପାଇ ପାକିସ୍ତାନ ଆର୍ମୀ ଆଲର୍ଟ ହେବା ସହ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଆକାଶ ମାର୍ଗରୁ ନଜର ରଖିବାକୁ ବହୁ ହେଲିକପ୍ଟର ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଏପରିକି ଆତଙ୍କବାଦୀଙ୍କୁ ଧରିବାକୁ ଆଖପାଖ ଅଞ୍ଚଳର ସମସ୍ତ ରାସ୍ତାକୁ ସିଲ୍‌ କରି ଦିଅଯାଇଛି।

ଗତବର୍ଷ ମଧ୍ୟ ଲିବରେସନ ଆର୍ମି ପକ୍ଷରୁ ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ଦ୍ୱିତୀୟ ଆକ୍ରମଣ । ଏୟାରବେସରେ କିଛି ଆତଙ୍କବାଦୀ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଛି ବୋଲି ପାକିସ୍ତାନ କହିଛି ।