ଆତିଶୀ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍‌) ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମନୋନୀତ କରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଆତିଶୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଗୃହରେ ଆପ୍ ନେତା ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଆତିଶୀଜୀଙ୍କୁ ଅଭିନନ୍ଦନ ଜଣାଉଛି। ଦିଲ୍ଲୀବାସୀଙ୍କ ସ୍ୱାର୍ଥ ପାଇଁ ଆପ୍ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ, ପୂର୍ବତନ ବିଜେପି ସାଂସଦ ରମେଶ ବିଧୁରୀ ଏବଂ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ବିରୋଧରେ କଡ଼ା […]

ଆତିଶୀ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍‌) ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମନୋନୀତ କରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଆତିଶୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଗୃହରେ ଆପ୍ ନେତା ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଆତିଶୀଜୀଙ୍କୁ ଅଭିନନ୍ଦନ ଜଣାଉଛି। ଦିଲ୍ଲୀବାସୀଙ୍କ ସ୍ୱାର୍ଥ ପାଇଁ ଆପ୍ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ, ପୂର୍ବତନ ବିଜେପି ସାଂସଦ ରମେଶ ବିଧୁରୀ ଏବଂ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ବିରୋଧରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଆତିଶୀ କାଲକାଜୀ ବିଧାନସଭା ଆସନ ହାସଲ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବର ମାସରେ କେଜ୍ରିୱାଲଙ୍କ ବାସଭବନରେ ଆପ୍ ବିଧାୟକଙ୍କ ବୈଠକରେ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା। ୪୩ ବର୍ଷ ବୟସରେ ଆତିଶୀ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଆତିଶୀଙ୍କ ନେତୃତ୍ବରେ ଆପ୍ ନିଜର ବିଜୟ ଧାରା ବଜାୟ ରଖିବାରେ ବିଫଳ ହୋଇଥିଲା।