ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରୟାସ
ଥୂଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ତି ଜିଲାରେ ସରକାରଙ୍କ ଦ୍ବାରା ଅନୁମୋଦନକାରୀ ବିଭିନ୍ନ ତାଲିମ ସଂସ୍ଥା ପକ୍ଷରୁ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ପ୍ରାର୍ଥିନୀପ୍ରାର୍ଥୀମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରି ଆତ୍ମ ନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରୟାସ ଜାରି ରଖିଥିବା ବେଳେ କଳାହାଣ୍ତି ଜିଲା କର୍ମ ନିୟୋଜିତ ବିଭାଗ ଆନୁକୂଲ୍ୟରେ ଥୁଆମୁଳ ରାମପୁର ବ୍ଳକ ଠାରେ ଶୁକ୍ରବାର ଏକ ବ୍ଲକସ୍ତରୀୟ ପରାମର୍ଶ ଶିବିର ୨୦୨୪ ୨୦୨୫ ଅନୁଷ୍ଠିତ […] The post ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରୟାସ appeared first on Dharitri Odia News.
ଥୂଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ତି ଜିଲାରେ ସରକାରଙ୍କ ଦ୍ବାରା ଅନୁମୋଦନକାରୀ ବିଭିନ୍ନ ତାଲିମ ସଂସ୍ଥା ପକ୍ଷରୁ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ପ୍ରାର୍ଥିନୀପ୍ରାର୍ଥୀମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରି ଆତ୍ମ ନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରୟାସ ଜାରି ରଖିଥିବା ବେଳେ କଳାହାଣ୍ତି ଜିଲା କର୍ମ ନିୟୋଜିତ ବିଭାଗ ଆନୁକୂଲ୍ୟରେ ଥୁଆମୁଳ ରାମପୁର ବ୍ଳକ ଠାରେ ଶୁକ୍ରବାର ଏକ ବ୍ଲକସ୍ତରୀୟ ପରାମର୍ଶ ଶିବିର ୨୦୨୪ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧୃବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲା କର୍ମ ନିୟୋଜନ ଅଧିକାରୀ ସୁବୁଲିତ ସାମନ୍ତରାଏ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ଓଏଲ୍ଏମ୍ ବିପିଏମ ସୌମ୍ୟରଞ୍ଜନ ମହାପାତ୍ର, ବିଏଲସି ଦୀପକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୧୦ଟି ବିଭିନ୍ନ ତାଲିମ କେନ୍ଦ୍ରର କର୍ମକର୍ତ୍ତା ଯୋଗଦେଇ ୮୦ ଜଣ ପ୍ରାର୍ଥିନୀ ଓ ପ୍ରାର୍ଥୀଙ୍କ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଶିବିରରେ ସରପଞ୍ଚ, ସମିତି ସଭ୍ୟାସଭ୍ୟ ମିଶନ ଶକ୍ତି ସମସ୍ତ ବିଏଲ୍ଏଫ୍ ସଭାପତି ସମ୍ପାଦକ, ମିଶନ ଶକ୍ତି ଜିପିଏଲ୍ଏଫ୍, ଓଏଲ୍ଏମ୍ର ସମସ୍ତ ସଭାପତି, ସମ୍ପାଦିକା, ସମ୍ମନ୍ବିତ ଶିଶୁ ବିକାଶ ଯୋଜନାର ସମସ୍ତ ମହିଳା ପରିଦର୍ଶିକା, ସମସ୍ତ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ।
The post ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାକୁ ପ୍ରୟାସ appeared first on Dharitri Odia News.