ସାଇବର କର୍ମଚାରୀ ପରିଚୟ ଦେଇ ଠକୁଥିଲେ, ୨ଜଣଙ୍କୁ ବାନ୍ଧିଲା ଛତ୍ରପୁର ପୋଲିସ
ଛତ୍ରପୁର ୧୯।୦୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରୁ ୨ ଜଣ ସାଇବର ଠକକୁ ପୋଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ହିଞ୍ଜିଳି ଅଞ୍ଚଳର ପବିତ୍ର କୁମାର ପ୍ରଧାନ ଓ ପୋଲସରା ଥାନା ବର୍ତ୍ତିନ ଅଞ୍ଚଳର ମଣ୍ଟୁ ପାତ୍ର । ଏମାନେ ନିଜକୁ ପୋଲିସ କର୍ମଚାରୀଙ୍କ ପରିଚୟ ଦେଇ ଟଙ୍କା ଠକୁଥିଲେ। ସୂଚନା ଅନୁସାରେ, ଛତ୍ରପୁର ଦେବୀନଗର ଅଞ୍ଚଳର ସ୍ବାଗତ ମିଶ୍ର ୫ ନଭେମ୍ବର ୨୦୨୩ରେ ନିଜର କ୍ରେଡିଟ […] The post ସାଇବର କର୍ମଚାରୀ ପରିଚୟ ଦେଇ ଠକୁଥିଲେ, ୨ଜଣଙ୍କୁ ବାନ୍ଧିଲା ଛତ୍ରପୁର ପୋଲିସ appeared first on Dharitri Odia News.
ଛତ୍ରପୁର ୧୯।୦୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରୁ ୨ ଜଣ ସାଇବର ଠକକୁ ପୋଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ହିଞ୍ଜିଳି ଅଞ୍ଚଳର ପବିତ୍ର କୁମାର ପ୍ରଧାନ ଓ ପୋଲସରା ଥାନା ବର୍ତ୍ତିନ ଅଞ୍ଚଳର ମଣ୍ଟୁ ପାତ୍ର । ଏମାନେ ନିଜକୁ ପୋଲିସ କର୍ମଚାରୀଙ୍କ ପରିଚୟ ଦେଇ ଟଙ୍କା ଠକୁଥିଲେ।
ସୂଚନା ଅନୁସାରେ, ଛତ୍ରପୁର ଦେବୀନଗର ଅଞ୍ଚଳର ସ୍ବାଗତ ମିଶ୍ର ୫ ନଭେମ୍ବର ୨୦୨୩ରେ ନିଜର କ୍ରେଡିଟ କାର୍ଡରୁ କୌଣସି କାରଣରୁ ୨ ଲକ୍ଷ ୭୪ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ । ଏହାପରେ ସେ ଏହି ଦୁଇ ଜଣ ଠକଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଠକ ନିଜକୁ ସାଇବର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ପରେ ଏହି ଦୁଇ ଜଣ ସ୍ବାଗତକୁ ଠକିବାରେ ଲାଗିଥିଲେ । ବିଭିନ୍ନ ସମୟରେ ସ୍ବାଗତଙ୍କଠାରୁ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଯାଇଥିଲେ । ସ୍ବାଗତ ୨ ଲକ୍ଷ ୭୪ ହଜାର ଟଙ୍କା ଫେରିପାଇବା ଆଶାରେ ୧ ଲକ୍ଷ ୬୪ ହଜାର ହରାଇଥିଲେ । ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଛତ୍ରପୁର ଥାନା ପୋଲିସ ଘଟଣାର ତଦନ୍ତ କରି ଉକ୍ତ ଦୁଇ ନକଲି ସାଇବର କର୍ମଚାରୀଙ୍କୁ ଗିରଫ କରିଛି।
The post ସାଇବର କର୍ମଚାରୀ ପରିଚୟ ଦେଇ ଠକୁଥିଲେ, ୨ଜଣଙ୍କୁ ବାନ୍ଧିଲା ଛତ୍ରପୁର ପୋଲିସ appeared first on Dharitri Odia News.