ଆତ୍ମହତ୍ୟା କଲେ ଆଇଏଏସ୍ ଅଧିକାରୀଙ୍କ ଝିଅ, ମିଳିଲା ହାତ ଲେଖା ଚିଠି
ମୁମ଼୍ବାଇ, ୩।୬: ଦକ୍ଷୀଣ ମୁମ଼୍ବାଇର ଏକ ଦଶ ମହଲା କୋଠା ଉପରୁ ଡେଇଁ ଜଣେ ଆଇଏଏସ୍ ଅଧିକାରୀଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର କ୍ୟାଡରର ଏହି ଆଇଏଏସ ଅଧିକାରୀଙ୍କ ଝିଅଙ୍କ ନାମ ଲିପି ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା। ସେ ତାଙ୍କ କ୍ୟାରିୟରକୁ ନେଇ ଅତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଲିପି ମୁମ଼୍ବାଇର ମନ୍ତ୍ରାଳୟା ନିକଟରେ ଥିବା ସୁରୁଚି ଆପାର୍ଟମେଣ୍ଟରୁ ଡେଇଁ ରାତି ୪ଟା ସମୟରେ ଡେଇଁପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ […] The post ଆତ୍ମହତ୍ୟା କଲେ ଆଇଏଏସ୍ ଅଧିକାରୀଙ୍କ ଝିଅ, ମିଳିଲା ହାତ ଲେଖା ଚିଠି appeared first on Dharitri Odia News.
ମୁମ଼୍ବାଇ, ୩।୬: ଦକ୍ଷୀଣ ମୁମ଼୍ବାଇର ଏକ ଦଶ ମହଲା କୋଠା ଉପରୁ ଡେଇଁ ଜଣେ ଆଇଏଏସ୍ ଅଧିକାରୀଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର କ୍ୟାଡରର ଏହି ଆଇଏଏସ ଅଧିକାରୀଙ୍କ ଝିଅଙ୍କ ନାମ ଲିପି ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା। ସେ ତାଙ୍କ କ୍ୟାରିୟରକୁ ନେଇ ଅତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଲିପି ମୁମ଼୍ବାଇର ମନ୍ତ୍ରାଳୟା ନିକଟରେ ଥିବା ସୁରୁଚି ଆପାର୍ଟମେଣ୍ଟରୁ ଡେଇଁ ରାତି ୪ଟା ସମୟରେ ଡେଇଁପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଜିଟି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହରିୟାଣାର ସୋନିପତ୍ ଠାରେ ଏଲ୍ଏଲ୍ବି ପଢ଼ୁଥିଲେ। ସେ ତାଙ୍କ ପାଠପଢାକୁ ନେଇ ଚିନ୍ତିତ ରହୁଥିଲେ। ତେଣୁ ଏଥିପାଇଁ ସେ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ତେବେ ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
The post ଆତ୍ମହତ୍ୟା କଲେ ଆଇଏଏସ୍ ଅଧିକାରୀଙ୍କ ଝିଅ, ମିଳିଲା ହାତ ଲେଖା ଚିଠି appeared first on Dharitri Odia News.