ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ

ହାଇଦ୍ରାବାଦ,୧।୧୨: ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ୩୦ ବର୍ଷୀୟ ଶୋବିଥା ଗତ ରାତିରେ ନିଜର ଜୀବନ ହାରିଥିବା କୁହାଯାଉଥିଲା ବେଳେ ଏହି ଖବର କନ୍ନଡ ସିନେ ଜଗତ ଏବଂ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି। ଶୋବିଥାଙ୍କ ଘର କର୍ଣ୍ଣାଟକ ହୋଇଥିଲା ବେଳେ ସେ ବିବାହ ପରେ ଦୁଇବର୍ଷ ହେବ ହାଇଦ୍ରାବାଦରେ […] The post ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ appeared first on Dharitri Odia News.

ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ

ହାଇଦ୍ରାବାଦ,୧।୧୨: ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ୩୦ ବର୍ଷୀୟ ଶୋବିଥା ଗତ ରାତିରେ ନିଜର ଜୀବନ ହାରିଥିବା କୁହାଯାଉଥିଲା ବେଳେ ଏହି ଖବର କନ୍ନଡ ସିନେ ଜଗତ ଏବଂ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି।

ଶୋବିଥାଙ୍କ ଘର କର୍ଣ୍ଣାଟକ ହୋଇଥିଲା ବେଳେ ସେ ବିବାହ ପରେ ଦୁଇବର୍ଷ ହେବ ହାଇଦ୍ରାବାଦରେ ରହୁଥିଲେ। ତାଙ୍କ ମୃତ୍ୟୁ ପଛର କାରଣ ବର୍ତମାନ ସୁଦ୍ଧା ଜଣା ପଡ଼ିନଥିଲା ବେଳେ ଅଧିକାରୀ ମାନେ ତଦନ୍ତ କରୁଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ବେଳେ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମୃତଦେହ ବେଙ୍ଗାଲୁରୁ ଅଣାଯିବ।

ଶୋବିଥା ବେଙ୍ଗାଲୁରୁ ଯିବା ପରେ କନ୍ନଡ ଟେଲିଭିଜନରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବର୍ଷ ବର୍ଷ ଧରି, ସେ ଟିଭିରେ ଏକ ପରିଚିତ ଚେହେରା ହୋଇ ଗଲିପଟା, ମଙ୍ଗଳା ଗୌରୀ, କୋଗିଲ୍, କୃଷ୍ଣ ରୁକ୍ମିଣୀ, ଦୀପାଭୁ ନିନାଡେ ଗାଲିୟୁ ନିନାଡେ ଏବଂ ଅମାଭ୍ରୁ ପରି ୧୨ରୁ ଅଧିକ ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲେ।

ଏରାଡୋଣ୍ଡଲା ମରୁ, ଏଟିଏମ୍, ଓଣ୍ଡୁ କ୍ୟାଥେ ହେଲୱା, ଏବଂ ଜ୍ୟାକପଟ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ମଧ୍ୟ ସେ ପ୍ରଶଂସା ସାଉଁଟିଥିଲେ। ଶୋବିଥାଙ୍କ ସଦ୍ୟତମ କନ୍ନଡ ଚଳଚ୍ଚିତ୍ର ‘ଫାଷ୍ଟ ଡେ ଫାଷ୍ଟ ସୋ’ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା ​​ଏବଂ ଅଭିନେତ୍ରୀ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଭାବରେ ସେ ପ୍ରଚାର କରିଥିଲେ।

The post ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ appeared first on Dharitri Odia News.