ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ
ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅନୁସାରେ ନୂଆ ବର୍ଷରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କେଉଁ ଉପାୟ ଆପଣାଇବାକୁ ହେବ। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅନୁଯାୟୀ ନୁଆବର୍ଷର ପ୍ରଥମ ଦିନ ହଳଦିଆ ରଙ୍ଗର କପଡ଼ା ନିଅନ୍ତୁ, ସେଥିରେ ଚାଉଳ, 7 ତମ୍ବା ଟଙ୍କା, 5 ଗୋମତୀ ଚକ୍ର ମା’ ଲକ୍ଷ୍ମୀଙ୍କ ପାଦରେ ଚଢାନ୍ତୁ। […] The post ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅନୁସାରେ ନୂଆ ବର୍ଷରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କେଉଁ ଉପାୟ ଆପଣାଇବାକୁ ହେବ।
ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅନୁଯାୟୀ ନୁଆବର୍ଷର ପ୍ରଥମ ଦିନ ହଳଦିଆ ରଙ୍ଗର କପଡ଼ା ନିଅନ୍ତୁ, ସେଥିରେ ଚାଉଳ, 7 ତମ୍ବା ଟଙ୍କା, 5 ଗୋମତୀ ଚକ୍ର ମା’ ଲକ୍ଷ୍ମୀଙ୍କ ପାଦରେ ଚଢାନ୍ତୁ।
ଏହାପରେ ମା’ ଲକ୍ଷ୍ମୀଙ୍କ ନାଁ 108 ଥର ଏବଂ ‘ଓଁ ଶ୍ରୀ ନମଃ’ ଜପ କରନ୍ତୁ। ଏହାପରେ ସେହି କପଡ଼ାକୁ ବାନ୍ଧି ନିଜର ଟ୍ରେଜେରିରେ ରଖି ଦିଅନ୍ତୁ। ଏବଂ ନୂଆ ବର୍ଷର ପ୍ରଥମ ଦିନରୁ ଏହାର ପୂଜା କରନ୍ତୁ, ଆପଣଙ୍କ ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହିବ।
ଏହାବାଦ, ନୁଆବର୍ଷର ପ୍ରଥମ ଦିନରେ ନିଜର ଗୁରୁଜନ ଏବଂ ମାତା-ପିତାଙ୍କ ଆଶୀର୍ବାଦ ନିଅନ୍ତୁ। ଏଭଳି କଲେ ମଧ୍ୟ ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ।
ଆପଣ ଚାହିଁଲେ ନୁଆବର୍ଷର ପ୍ରଥମ ଦିନରେ ଘରର ଦ୍ୱାରରେ 7 ଦୀପ ଜଳାଇ ଦିଅନ୍ତୁ। ଏପରି କଲେ ମଧ୍ୟ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ନୁଆବର୍ଷର ପ୍ରଥମ ଦିନରେ ଶ୍ରୀସୁକ୍ତମ ପାଠ କରନ୍ତୁ ଏବଂ ପୁଣି ଘରର କୁଂପିରେ ଦୈନିକ କିଛି କିଛି ଟଙ୍କା ପକାନ୍ତୁ। ଆପଣଙ୍କ ଘରେ ଲକ୍ଷ୍ମୀ ରହିବାକୁ ଲାଗିବେ।
The post ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ appeared first on Dharitri Odia News.