ଆମପାଣି ଘାଟିରେ ଦୁର୍ଘଟଣା, ଜଣେ ଗୁରୁତର
ଭବାନୀପାଟଣା: କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଆଜି ସନ୍ଧ୍ୟାରେ ଏକ କାର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଗୁରୁତର ଜଣକ ରବୀନ୍ଦ୍ର ଅଗ୍ରୱାଲ (୫୧) ବୋଲି ଜଣା ପଡ଼ିଛି। ତାଙ୍କୁ ପ୍ରଥମେ କୋକସରା ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ଜଗଦଲପୁର ରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର ଏବଂ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ […]

ଭବାନୀପାଟଣା: କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଆଜି ସନ୍ଧ୍ୟାରେ ଏକ କାର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଗୁରୁତର ଜଣକ ରବୀନ୍ଦ୍ର ଅଗ୍ରୱାଲ (୫୧) ବୋଲି ଜଣା ପଡ଼ିଛି। ତାଙ୍କୁ ପ୍ରଥମେ କୋକସରା ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁଯାୟୀ ଜଗଦଲପୁର ରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର ଏବଂ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ଘାଟି ର ଏକ ବୁଳାଣୀ ରେ ମୁହାଁମୁହିଁ ଧକ୍କା ହେଇଥିଲା। କାରର ସାମ୍ନା ପଟ ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ଥିବା ଚାଳକ ଏବଂ ଗୋଟାଏ ପରିବାରର ୩ ଜଣ ସୁରକ୍ଷିତ ଅଛନ୍ତି। କାର ରେ ଥିବା ରବୀନ୍ଦ୍ର କୁମାର ଅଗ୍ରୱାଲ (୫୧) ଗୁରୁତର ହୋଇଥିବା ବେଳେ ତାଙ୍କ ପତ୍ନୀ, ପୁଅ ଓ ଝିଅ ସୁରକ୍ଷିତ ଅଛନ୍ତି। ଆମପାଣି ପୋଲିସ ଘଟଣା ର ତଦନ୍ତ କରୁଛି।