ଆତ୍ମହତ୍ୟା ଧମକ ଦେଲେ କିମ୍ସ ଡାକ୍ତର

ଭୁବନେଶ୍ୱର : କିଟ ଘଟଣା ପରେ ପରେ ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର । ଆତ୍ମହତ୍ୟା କରିବାକୁ ଧମକ ଦେ ଇଛନ୍ତି କିମ୍ସ ଡାକ୍ତର । ମହିଳା ଡାକ୍ତରଙ୍କୁ ବିଭାଗୀୟ ପ୍ରଫେସର ଯୌନ ନିର୍ଯ୍ୟାତନା ଅଭିଯୋଗରେ ଆତ୍ମହତ୍ୟା ଧମକ ଦେଇଛନ୍ତି ପିଜି ଡାକ୍ତରୀ ଛାତ୍ରୀ । ଅଭିଯୁକ୍ତ ପ୍ରଫେସର ହେଉଛନ୍ତି ଅଭିଯୁକ୍ତ ପ୍ରଫେସର ଡକ୍ଟର ଜୟପ୍ରକାଶ ରସେଲ ରାବଣ । ଏ ସଂକ୍ରାନ୍ତରେ ଡାକ୍ତର ମାନେ କିମ୍ସ ର ଡିନ୍ ଏବଂ ପ୍ରିନ୍ସିପାଲ ଡକ୍ଟର […]

ଆତ୍ମହତ୍ୟା ଧମକ ଦେଲେ କିମ୍ସ  ଡାକ୍ତର
ଆତ୍ମହତ୍ୟା ଧମକ ଦେଲେ କିମ୍ସ ଡାକ୍ତର

ଭୁବନେଶ୍ୱର : କିଟ ଘଟଣା ପରେ ପରେ ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର । ଆତ୍ମହତ୍ୟା କରିବାକୁ ଧମକ ଦେ ଇଛନ୍ତି କିମ୍ସ ଡାକ୍ତର । ମହିଳା ଡାକ୍ତରଙ୍କୁ ବିଭାଗୀୟ ପ୍ରଫେସର ଯୌନ ନିର୍ଯ୍ୟାତନା ଅଭିଯୋଗରେ ଆତ୍ମହତ୍ୟା ଧମକ ଦେଇଛନ୍ତି ପିଜି ଡାକ୍ତରୀ ଛାତ୍ରୀ । ଅଭିଯୁକ୍ତ ପ୍ରଫେସର ହେଉଛନ୍ତି ଅଭିଯୁକ୍ତ ପ୍ରଫେସର ଡକ୍ଟର ଜୟପ୍ରକାଶ ରସେଲ ରାବଣ । ଏ ସଂକ୍ରାନ୍ତରେ ଡାକ୍ତର ମାନେ କିମ୍ସ ର ଡିନ୍ ଏବଂ ପ୍ରିନ୍ସିପାଲ ଡକ୍ଟର ରାମ ଚନ୍ଦ୍ର ଦାସଙ୍କୁ ଏକ ଇ-ମେଲ୍ ମାଧ୍ୟମରେ ଅବଗତ କରାଇଛନ୍ତିଏବଂ ଅଭିଯୁକ୍ତ ପ୍ରଫେସର ହେଉଛନ୍ତି ଅଭିଯୁକ୍ତ ପ୍ରଫେସର ଡକ୍ଟର ଜୟପ୍ରକାଶ ରସେଲ ରାବଣଙ୍କ ସମ୍ଭାବ୍ୟ ପୁନଃନିଯୁକ୍ତି ଆଶଙ୍କାରେ ଜୀବନ ହାରିବାକୁ ଧମକ ଦେଇଛନ୍ତି।

ଏହାସହ ସମ୍ପୃକ୍ତ ପ୍ରଫେସରଙ୍କୁ ପୁନଃନିଯୁକ୍ତି କରାଗଲେ ଡାକ୍ତରମାନେ ଫେବୃଆରୀ ୨୪ ତାରିଖରୁ କାର୍ଯ୍ୟ ବନ୍ଦ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି। ପୂର୍ବରୁ ଡକ୍ଟର ରାବଣଙ୍କୁ ନିର୍ଯାତନା ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ, କିମ୍ସ କର୍ତ୍ତୃପକ୍ଷ ତାଙ୍କ ପୁନଃନିଯୁକ୍ତି ବିଷୟରେ ବିଚାର କରୁଥିବା କୁହାଯାଉଛି। ତେବେ ଡକ୍ଟର ରାବଣଙ୍କ ରହିଛି ନିର୍ଯାତନାର ଇତିହାସ, ବିଶେଷକରି ମହିଳା ସ୍ନାତକୋତ୍ତର ଛାତ୍ରୀଙ୍କୁ ନିର୍ଯାତନା ଦେବାର ଅଭିଯୋଗ ରହିଛି । ସେ ନିରନ୍ତର ସମସ୍ତ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି। ଏହି ଅଭିଯୋଗଗୁଡ଼ିକୁ ପୂର୍ବରୁ ସମଗ୍ର କିମ୍ସ ପରିଚାଳନାର ଦୃଷ୍ଟିକୁ ଅଣାଯାଇଥିଲା ଏବଂ ଏହାକୁ ଗମ୍ଭୀରତାର ସହ ନିଆଯିବ ବୋଲି ପିଜି ଡାକ୍ତରୀ ଛାତ୍ରଛାତ୍ରୀ ମାନେ କହିଛନ୍ତି ।