ଆଥଲେଟ୍ ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍

କାରକୁ ଧକ୍କା ଦେବା ସହ ଟ୍ରକ୍ ଡ୍ରାଇଭର ତାଙ୍କୁ ଗାଳିଗୁଳଜ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ଦୂତି।

ଆଥଲେଟ୍ ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍

ଆଥଲେଟ୍ ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଦୂତି ଚାନ୍ଦଙ୍କର କିଛି ହୋଇନାହିଁ। କଟକ ଜିଲ୍ଳା ଓଏମପି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

ଗତକାଲି ଦୂତି ଜଣେ ବନ୍ଧୁଙ୍କ ସହ ଯାଜପୁରରୁ ନିଜ କାର୍‌ ଯୋଗେ ଭୁବନେଶ୍ୱର ଫେରୁଥିଲେ। ଓଏମପି ଛକ ନିକଟରେ ଏକ ଟ୍ରକ୍ ତାଙ୍କ କାର୍‌କୁ ଧକ୍କା ଦେଇଥିଳା ଟ୍ରକ୍। ଦୁର୍ଘଟଣା ପରେ ଟ୍ରକ୍‌ଟି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲେ ଦୂତି।କାଠଯୋଡ଼ି ବ୍ରିଜ ପୂର୍ବରୁ ସେ ଟ୍ରକ ଆଗରେ କାର୍ ରଖି ଅଟକାଇଥିଲେ। ଏନେଇ ମଧୁପାଟଣା ଥାନା ପୁଲିସକୁ ଜଣାଇଥିଲେ ଦୂତି। ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ଦୂତି ଚାନ୍ଦ ସୁରକ୍ଷିତ ଥିବା ବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି।

କାରକୁ ଧକ୍କା ଦେବା ସହ ଟ୍ରକ୍ ଡ୍ରାଇଭର ତାଙ୍କୂ  ଗାଳିଗୁଳଜ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ଦୂତି।