ଆଦର୍ଶ ଆଚରଣ ବିଧି ଲାଗୁ ପରେ ହୋର୍ଡିଂ ହଟାଇଲା ପ୍ରଶାସନ
ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ନେତାମାନେ ତତ୍ପରତା ଦେଖାଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଅବାଧ ସାଧାରଣ ନିର୍ବାଚନ କରାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ରବିବାର ଦାରିଙ୍ଗବାଡ଼ି ପ୍ରଶାସନର ମିଳିତ ଚଢ଼ାଉ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବେସରକାରୀ ଓ ବିଭିନ୍ନ ଗାଁ ଛକରେ ଲାଗିଥିବା ରାଜନୈତିକ ବ୍ୟାନର, ପୋଷ୍ଟର, ହୋର୍ଡିଂ ସହ ସରକାରୀ […] The post ଆଦର୍ଶ ଆଚରଣ ବିଧି ଲାଗୁ ପରେ ହୋର୍ଡିଂ ହଟାଇଲା ପ୍ରଶାସନ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ନେତାମାନେ ତତ୍ପରତା ଦେଖାଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଅବାଧ ସାଧାରଣ ନିର୍ବାଚନ କରାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ରବିବାର ଦାରିଙ୍ଗବାଡ଼ି ପ୍ରଶାସନର ମିଳିତ ଚଢ଼ାଉ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବେସରକାରୀ ଓ ବିଭିନ୍ନ ଗାଁ ଛକରେ ଲାଗିଥିବା ରାଜନୈତିକ ବ୍ୟାନର, ପୋଷ୍ଟର, ହୋର୍ଡିଂ ସହ ସରକାରୀ ବିଜ୍ଞାପନଗୁଡ଼ିକୁ ହଟାଇ ଦିଆଯାଇଛି। ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଏବଂ ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ସଦଳବଳ ଉକ୍ତ ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟ ସମେତ ଡାକ୍ତରଖାନା, ବ୍ଲକ କାର୍ଯ୍ୟାଳୟ, ଅଙ୍ଗନାଓ୍ବାଡି କେନ୍ଦ୍ର, ତହସିଲ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଜମିରେ ଲାଗିଥିବା ବିଜ୍ଞାପନ, ହୋର୍ଡିଂକୁ ହଟାଇ ଦେଇଛନ୍ତିି। ଏଥିସହ ସ୍ଥାନୀୟ ଲୋକଙ୍କୁ ଏହି ସମ୍ପର୍କରେ ସଚେତନ କରିଛନ୍ତି। ଏନେଇ ବିଡିଓ ପାତ୍ର କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ହୋର୍ଡିଂ, ସରକାରୀ ବିଜ୍ଞାପନକୁ ହଟାଇ ଦିଆଯାଉଥିବା କହିଛନ୍ତି। ସେହିପରି ନିର୍ବାଚନ ବିଗୁଲ୍ ବାଜିବା ପରେ ବିଧାୟକ ଓ ଏମ୍ପି ଆଶାୟୀ ପ୍ରାର୍ଥୀଙ୍କ ଭୁବନେଶ୍ୱର ବାରମ୍ବାର ଗସ୍ତ ହେଉଥିବା ବେଳେ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦଳୀୟକର୍ମୀଙ୍କ ସହ ଘନଘନ ବୈଠକ କରିବା ସହ ଗାଁ ଅଭିମୁଖେ ଆଶାୟୀ ପ୍ରାର୍ଥୀଙ୍କ ଯାତ୍ରା ଆରମ୍ଭ ହୋଇଗଲାଣି। ଚା’ଖଟିରେ କେବଳ ରାଜନୈତିକ ଆଲୋଚନା ଓ କିଏ କୋଉ ନେତାଙ୍କୁ ଚାହୁଁଛନ୍ତି ତାହା ଚର୍ଚ୍ଚା ଆରମ୍ଭ ହୋଇଛି।
The post ଆଦର୍ଶ ଆଚରଣ ବିଧି ଲାଗୁ ପରେ ହୋର୍ଡିଂ ହଟାଇଲା ପ୍ରଶାସନ appeared first on Dharitri Odia News.