ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦେଇଥିଲା। ତେବେ ସୌର ବିଦ୍ୟୁତ୍‌ ଠିକା ପାଇବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେବା ମାମଲାରେ ଆଦାନୀ ଗ୍ରୁପ୍‌ ଆମେରିକାର ଏକ କୋର୍ଟ ଦ୍ୱାରା ଅଭିଯୁକ୍ତ ହେବା ପରେ ତେଲଙ୍ଗାନାର ରେଭନ୍ଥ ରେଡ୍ଡୀ ସରକାର ଏହାର ସହାୟତାକୁ ଅଗ୍ରାହ୍ୟ କରିଦେଇଛନ୍ତି। ୟଙ୍ଗ ଇଣ୍ଡିଆ […] The post ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର appeared first on Dharitri Odia News.

ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦେଇଥିଲା। ତେବେ ସୌର ବିଦ୍ୟୁତ୍‌ ଠିକା ପାଇବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେବା ମାମଲାରେ ଆଦାନୀ ଗ୍ରୁପ୍‌ ଆମେରିକାର ଏକ କୋର୍ଟ ଦ୍ୱାରା ଅଭିଯୁକ୍ତ ହେବା ପରେ ତେଲଙ୍ଗାନାର ରେଭନ୍ଥ ରେଡ୍ଡୀ ସରକାର ଏହାର ସହାୟତାକୁ ଅଗ୍ରାହ୍ୟ କରିଦେଇଛନ୍ତି। ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭର୍ସିଟି ସ୍ଥାପନ ପାଇଁ ରାଜ୍ୟ ସରକାର ଆଦାନୀ ଗ୍ରୁପ୍‌ ସମେତ କୌଣସି ଅନୁଷ୍ଠାନରୁ ପାଣ୍ଠି କିମ୍ବା ଚାନ୍ଦା ଗ୍ରହଣ କରି ନ ଥିବା ମୁଖ୍ୟମନ୍ତ୍ରୀ ରେଭନ୍ଥ କହିଛନ୍ତି। ଏନେଇ ରାଜ୍ୟ ସରକାର ଆଦାନୀ ଗ୍ରୁପ୍‌କୁ ରବିବାର ପତ୍ର ଲେଖି ଜଣାଇ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଟେଣ୍ଡର ଡାକିବା ଆବଶ୍ୟକ। ସେ ଆଦାନୀ, ଅମ୍ବାନୀ କିମ୍ବା ଟାଟା ଯେକେହି ହୁଅନ୍ତୁ ନା କାହିଁକି ଗଣତାନ୍ତ୍ରିକ ଉପାୟରେ ତଥା ଉପଯୁକ୍ତ ପଦ୍ଧତିରେ ଟେଣ୍ଡର ମଞ୍ଜୁର କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିବା ରେଭନ୍ଥ କହିଛନ୍ତି।

The post ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର appeared first on Dharitri Odia News.