ଆଦିତ୍ୟ ରୟ କପୁରଙ୍କ ଠାରୁ ସାରା ଅଲି ଖାନ୍ ଯାଏଁ, ୮୫ କୋଟିର ଫିଲ୍ମରେ କାହାକୁ ମିଳିଛି ସବୁଠୁ ଅଧିକ ଫି’?
ମୁମ୍ଵାଇ ୧୪।୦୭; ଏହା ମଧ୍ୟରେ ବିତିଯାଇଛି ୧୮ ବର୍ଷ । ୨୦୦୭ ମସିହାରେ ‘ଲାଇଫ୍ ଇନ୍ ଏ ମେଟ୍ରୋ’ ଫିଲ୍ମଟିକୁ ଚଳଚ୍ଚିତ୍ରପ୍ରେମୀ ଯଥେଷ୍ଟ ଭଲପାଇବା ଦେଇଥିଲେ । ଦୀର୍ଘ ବର୍ଷ ଅତିକ୍ରମ କଲା ପରେ ପୁଣି ଥରେ ସେହି ଫିଲ୍ମର ସିକ୍ୟୁଏଲ୍ ‘ମେଟ୍ରୋ ଇନ ଦିନୋ’ ମୁକ୍ତି ପାଇଛି । ପ୍ରଥମ ସିନେମା ସହିତ ଯୁକ୍ତ ଗାୟକ କେକେ ଏବଂ ଅଭିନେତା ଇରଫାନ ଖାନ ଦୁଇଜଣ ଏବେ ଏ ଦୁନିଆରେ ନାହାନ୍ତି । ତେବେ ତାରକାଖଚିତ ଏହି ନୂଆ ସିନେମାଟିରେ ବଲିଉଡର ବହୁ ନାମୀ ଅଭିନେତା-ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । ୨୦୦୭ ମସିହାରେ ଅନୁରାଗ ବସୁଙ୍କ ନିର୍ଦ୍ଦେଶନାରେ ମୁକ୍ତି ପାଇଥିବା ‘ଲାଇଫ୍ ଇନ୍ ଏ ମେଟ୍ରୋ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରୀତମ ଚକ୍ରବର୍ତ୍ତୀ । ୧୮ ବର୍ଷ ପରେ ମୁକ୍ତିପ୍ରାପ୍ତ ସିକ୍ୟୁଏଲରେ ବି ଏହି ଦୁଇଜଣ ସମାନ ଦାୟିତ୍ୱ ନେଇଛନ୍ତି । ତେବେ ଅଭିନେତାମାନଙ୍କ ତାଲିକାରେ ପ୍ରାୟ ନୂଆ ଚେହେରା ଦେଖିବାକୁ ମିଳିଛି । ଅର୍ଥାତ ୧୮ ବର୍ଷ ତଳର ‘ଲାଇଫ୍ ଇନ୍ ଏ ମେଟ୍ରୋ’ ସିନେମାର ଅଭିନେତା, ଅଭିନେତ୍ରୀମାନଙ୍କ ମଧ୍ୟରୁ କେହି ସିକ୍ୟୁଏଲରେ ଦେଖିବାକୁ ମିଳିନାହାନ୍ତି । କେବଳ ଜଣେ ଅଭିନେତ୍ରୀ ଭାବେ କୋଙ୍କନା ଶର୍ମା ସିକ୍ୟୁଏଲରେ ଅଭିନୟ କରିଛନ୍ତି । ଏହି ନୂଆ ଫିଲ୍ମରେ ପାରିଶ୍ରମିକ ଦୃଷ୍ଟିରୁ କିଏ ଆଗରେ କିଏ ପଛରେ ଆସନ୍ତୁ ନଜର ପକାଇବା । ବିଭିନ୍ନ ସର୍ବଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର
ମୁମ୍ଵାଇ ୧୪।୦୭; ଏହା ମଧ୍ୟରେ ବିତିଯାଇଛି ୧୮ ବର୍ଷ । ୨୦୦୭ ମସିହାରେ ‘ଲାଇଫ୍ ଇନ୍ ଏ ମେଟ୍ରୋ’ ଫିଲ୍ମଟିକୁ ଚଳଚ୍ଚିତ୍ରପ୍ରେମୀ ଯଥେଷ୍ଟ ଭଲପାଇବା ଦେଇଥିଲେ । ଦୀର୍ଘ ବର୍ଷ ଅତିକ୍ରମ କଲା ପରେ ପୁଣି ଥରେ ସେହି ଫିଲ୍ମର ସିକ୍ୟୁଏଲ୍ ‘ମେଟ୍ରୋ ଇନ ଦିନୋ’ ମୁକ୍ତି ପାଇଛି । ପ୍ରଥମ ସିନେମା ସହିତ ଯୁକ୍ତ ଗାୟକ କେକେ ଏବଂ ଅଭିନେତା ଇରଫାନ ଖାନ ଦୁଇଜଣ ଏବେ ଏ ଦୁନିଆରେ ନାହାନ୍ତି । ତେବେ ତାରକାଖଚିତ ଏହି ନୂଆ ସିନେମାଟିରେ ବଲିଉଡର ବହୁ ନାମୀ ଅଭିନେତା-ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି ।

୨୦୦୭ ମସିହାରେ ଅନୁରାଗ ବସୁଙ୍କ ନିର୍ଦ୍ଦେଶନାରେ ମୁକ୍ତି ପାଇଥିବା ‘ଲାଇଫ୍ ଇନ୍ ଏ ମେଟ୍ରୋ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରୀତମ ଚକ୍ରବର୍ତ୍ତୀ । ୧୮ ବର୍ଷ ପରେ ମୁକ୍ତିପ୍ରାପ୍ତ ସିକ୍ୟୁଏଲରେ ବି ଏହି ଦୁଇଜଣ ସମାନ ଦାୟିତ୍ୱ ନେଇଛନ୍ତି । ତେବେ ଅଭିନେତାମାନଙ୍କ ତାଲିକାରେ ପ୍ରାୟ ନୂଆ ଚେହେରା ଦେଖିବାକୁ ମିଳିଛି । ଅର୍ଥାତ ୧୮ ବର୍ଷ ତଳର ‘ଲାଇଫ୍ ଇନ୍ ଏ ମେଟ୍ରୋ’ ସିନେମାର ଅଭିନେତା, ଅଭିନେତ୍ରୀମାନଙ୍କ ମଧ୍ୟରୁ କେହି ସିକ୍ୟୁଏଲରେ ଦେଖିବାକୁ ମିଳିନାହାନ୍ତି । କେବଳ ଜଣେ ଅଭିନେତ୍ରୀ ଭାବେ କୋଙ୍କନା ଶର୍ମା ସିକ୍ୟୁଏଲରେ ଅଭିନୟ କରିଛନ୍ତି । ଏହି ନୂଆ ଫିଲ୍ମରେ ପାରିଶ୍ରମିକ ଦୃଷ୍ଟିରୁ କିଏ ଆଗରେ କିଏ ପଛରେ ଆସନ୍ତୁ ନଜର ପକାଇବା । ବିଭିନ୍ନ ସର୍ବଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପାରିଶ୍ରମିକ ଦୃଷ୍ଟିରୁ ପଙ୍କଜ ତ୍ରିପାଠୀଙ୍କ ଅପେକ୍ଷା ଅନେକ ପଛରେ ଅଛନ୍ତି କୋଙ୍କନା ।

‘ମେଟ୍ରୋ ଇନ ଦିନୋ’ ଫିଲ୍ମରେ ଅଭିନୟ କରିବାକୁ ଆନୁମାନିକ ଭାବେ ୭୫ରୁ ୧ କୋଟି ଟଙ୍କା ନେଇଛନ୍ତି କୋଙ୍କନା । ବଲିଉଡର ଏକାଂଶ ଦାବି କରନ୍ତି, ଏହି ସିନେମାରେ ଅଭିନୟ କରିବା ପାଇଁ ପଙ୍କଜ ତ୍ରିପାଠୀଙ୍କୁ ମିଳିଛି ୪ କୋଟି ଟଙ୍କା । ଅର୍ଥାତ୍ କୋଙ୍କନାଙ୍କ ତୁଳନାରେ ୪ଗୁଣ ଅଧିକ ପାରିଶ୍ରମିକ ପାଇଛନ୍ତି ପଙ୍କଜ । ଏହି ଫିଲ୍ମ ଜରିଆରେ ବହୁ ବର୍ଷ ପରେ ଆଦିତ୍ୟ ରୟ କପୁରଙ୍କୁ ରୋମାଣ୍ଟିକ୍ ଚରିତ୍ରରେ ଦେଖିବାକୁ ମିଳିଛି । ‘ଆସିକି ୨’ରେ ଅଭିନୟ ପରେ ରୋମାଣ୍ଟିକ ଚରିତ୍ରରେ ଦର୍ଶକମାନେ ତାଙ୍କୁ ପସନ୍ଦ କରିଥିଲେ । କୁହାଯାଉଛି ‘ମେଟ୍ରୋ ଇନ ଦିନୋ’ ଫିଲ୍ମରେ ଅଭିନୟ କରିବାକୁ ୫ରୁ ୬ କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି ଆଦିତ୍ୟ । ଏହି ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଦେଖିବାକୁ ମିଳିଛନ୍ତି ସାରା ଅଲ୍ଲୀ ଖାନ । ତେବେ ପାରିଶ୍ରମିକ ଦୃଷ୍ଟିରୁ ଆଦିତ୍ୟଙ୍କ ତୁଳନାରେ ପଛରେ ରହିଛନ୍ତି ସାରା ।

‘ମେଟ୍ରୋ ଇନ ଦିନୋ’ରେ ଅଭିନୟ କରି ସାରା ପାଇଛନ୍ତି ୩ କୋଟି ଟଙ୍କା । ଏହି ଫିଲ୍ମରେ ଗାୟକ ଚରିତ୍ରରେ ଅଭିନୟ କରିଛନ୍ତି ଅଲ୍ଲୀ ଫଜଲ ଯାହାଙ୍କୁ ମିଳିଛି ୩୦ ଲକ୍ଷ ଟଙ୍କା । ଅଲ୍ଲୀଙ୍କ ବିପକ୍ଷରେ ନାୟିକା ସାଜିଥିବା ସନା ଫାତିମା ଶେଖଙ୍କୁ ମିଳିଛି ୧ କୋଟି ଟଙ୍କା । ଅନୁରାଗ ବାସୁଙ୍କ ଏହି ସିକ୍ୟୁଏଲରେ ଅଭିନୟ କରିଛନ୍ତି ଅନୁପମ ଖେର । ଜାଣିବାକୁ ମିଳିଛି ଏହି ଫିଲ୍ମ ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଅନୁପମଙ୍କୁ ୫ କୋଟି ଟଙ୍କା ପାରିଶ୍ରମିକ ଦିଆଯାଇଥିଲା । ତେବେ ଏଥିରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଯଥେଷ୍ଟ କମ ପାରିଶ୍ରମିକ ମିଳିଛି । ତାଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କାରେ ସନ୍ତୁଷ୍ଟ ରହିବାକୁ ହୋଇଛି । ଏହାର ଓଟିଟି ସତ୍ତ୍ୱ କିଣିଛି ନେଟ୍ଫ୍ଲିକ୍ସ ।