ଆଦିବାସୀ ଉନ୍ନୟନ ସଂସ୍ଥା ଦୁର୍ନୀତି, ପୁରୁଣା କାମ ଦେଖାଇ ଲକ୍ଷାଧିକ ଟଙ୍କା ହରିଲୁଟ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ପୋଲମା ଓ କନ୍ଧକାତିପାଡୁ ପଞ୍ଚାୟତରେ କୌଣସି କାର୍ଯ୍ୟ ନକରି ମଧ୍ୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ମନରେଗା ଯୋଜନାରେ ବିଲ କରି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଲମା ପଞ୍ଚାୟତର ଗାମିଗୁଡ଼ା ଠାରୁ ସାତବିଶି ଯାଏଁ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଗାଁ ଲୋକେ ସରପଞ୍ଚଙ୍କୁ ନେହୁରା ହୋଇ ପଞ୍ଚାୟତ ମନରେଗା ଯୋଜନାରେ ଏକ ଫାଇଲ କାର୍ଯ୍ୟାଦେଶ ନମ୍ବର ୨୪୨୯୮୦୫୦୦୯/ଆର ସି/୧୦୫୪୫୮୯୫ ଅନୁଯାୟୀ କାମ ଆରମ୍ଭ କରିଥିଲେ। କାମ […]

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ପୋଲମା ଓ କନ୍ଧକାତିପାଡୁ ପଞ୍ଚାୟତରେ କୌଣସି କାର୍ଯ୍ୟ ନକରି ମଧ୍ୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ମନରେଗା ଯୋଜନାରେ ବିଲ କରି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଲମା ପଞ୍ଚାୟତର ଗାମିଗୁଡ଼ା ଠାରୁ ସାତବିଶି ଯାଏଁ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଗାଁ ଲୋକେ ସରପଞ୍ଚଙ୍କୁ ନେହୁରା ହୋଇ ପଞ୍ଚାୟତ ମନରେଗା ଯୋଜନାରେ ଏକ ଫାଇଲ କାର୍ଯ୍ୟାଦେଶ ନମ୍ବର ୨୪୨୯୮୦୫୦୦୯/ଆର ସି/୧୦୫୪୫୮୯୫ ଅନୁଯାୟୀ କାମ ଆରମ୍ଭ କରିଥିଲେ। କାମ ସାରି ଦୁଇବର୍ଷ ବିତିଗଲାଣି କିନ୍ତୁ ଶ୍ରମିକ ପାରିଶ୍ରମିକ ପାଇଲେ ନାହିଁ। ଏ ସମ୍ପର୍କରେ ବିଡ଼ିଓ ଙ୍କ ଦ୍ୱାରସ୍ଥ ହୋଇ ପାରିଶ୍ରମିକ ବାବଦରେ ବୁଝିଲା ବେଳକୁ ସ୍ଥାନୀୟ ରାଜନୈତିକ ଦଳର ନେତା ଓ ସରକାରୀ ବାବୁ ସେଇ କାମକୁ ଦେଖାଇ କାଗଜ କଲମରେ ଚଞ୍ଚକତା କରି ଗାଁ ନା ଗାମିଗୁଡା ଠାରୁ ସାତବିଶି ରାସ୍ତା ବଦଳରେ ସାତବିଶି ରାସ୍ତା ଠାରୁ ଗାମିଗୁଡା ଦର୍ଶାଇ ନୂତନ କାର୍ଯ୍ୟାଦେଶ ୨୪୨୯୦୦୫/ଆର ସି/୧୦୫୫୬୦୪୦)ରେ ୭ ଲକ୍ଷ ଟଙ୍କା ବିଲ ଉଠାଇ ନେଇଥିବା ଅଭିଯୋଗ ହୋଇଛି।