ସାପ କାମୁଡାରେ କାଉଡିଆର ମୃତ୍ୟୁ

ଆରଡି: ଅଧୁରା ରହିଲା ବାବା ଆଖଣ୍ଡଳମଣିଙ୍କ ପାଖରେ ଜଳଲାଗି। ଜଳଭାର ଧରି ମଣିବାବାଙ୍କ ପୀଠକୁ ଆସିଥିବା ଧାମନଗର ପାଟୁଳି ଅଞ୍ଚଳ  ହିମାଂଶୁ ମାଝି(୪୦)ଙ୍କୁ  ଗତ ରବିବାର ରାତିରେ ପୀଠର ପ୍ରବେଶପଥ ନିକଟରେ ଏକ ବିଷଧର ସାପ  କାମୁଡିଥିଲା। ଫଳରେ ହିମାଂଶୁ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ସାଥିରେ ଆସିଥିବା ଅନ୍ୟ କାଉଡିଆମାନେ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ।