ଲକ୍ଷ୍ମୀ ବସ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର
ଆଠଗଡ଼: ଲକ୍ଷ୍ମୀ ବସ ଧକ୍କାରେ ସ୍ତ୍ରୀ ମୃତ ଏବଂ ସ୍ବାମୀ ସହ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଠଗଡ଼ ଷ୍ଟାଣ୍ଡରେ ଲକ୍ଷ୍ମୀ ବସ ବ୍ୟାକ କରିବା ବେଳେ ୩ଜଣଙ୍କୁ ଲକ୍ଷ୍ମୀ ବସ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଓ ପୁଅ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ବାପପୁଅଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ମୃତାହତ ଆଠଗଡ଼ ଧାଇପୁର ଗାଁର, ପାର୍ସଲ ନେବାକୁ ବସଷ୍ଟାଣ୍ଡକୁ ଆସିଥିଲେ। ଖବର […]

ଆଠଗଡ଼: ଲକ୍ଷ୍ମୀ ବସ ଧକ୍କାରେ ସ୍ତ୍ରୀ ମୃତ ଏବଂ ସ୍ବାମୀ ସହ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଠଗଡ଼ ଷ୍ଟାଣ୍ଡରେ ଲକ୍ଷ୍ମୀ ବସ ବ୍ୟାକ କରିବା ବେଳେ ୩ଜଣଙ୍କୁ ଲକ୍ଷ୍ମୀ ବସ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଓ ପୁଅ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ବାପପୁଅଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ମୃତାହତ ଆଠଗଡ଼ ଧାଇପୁର ଗାଁର, ପାର୍ସଲ ନେବାକୁ ବସଷ୍ଟାଣ୍ଡକୁ ଆସିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।