ଆଦିବାସୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରିଲେ ବିରୋଧୀ

ଭୁବନେଶ୍ବର: ରାଜ୍ୟରେ ଆଦିବାସୀଙ୍କପ୍ରତି ଶୋଷଣ, ଅତ୍ୟାଚାର ବଢି ଚାଲିଛି, ହେଲେ ସରକାର ନିଦାବିଷ୍ଣୁ। ଆଦିବାସୀ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ବିଫଳ ରାଜ୍ୟ ସରକାର। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଅଭାବରୁ ତାଙ୍କ ପିଲାକୁ ବିକ୍ରି କରିବା ଭଳି ଘଟଣା ପୂରା ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ବିଷ୍ଠା ଖୁଆଇବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି […]

ଆଦିବାସୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରିଲେ ବିରୋଧୀ
niranjan

ଭୁବନେଶ୍ବର: ରାଜ୍ୟରେ ଆଦିବାସୀଙ୍କପ୍ରତି ଶୋଷଣ, ଅତ୍ୟାଚାର ବଢି ଚାଲିଛି, ହେଲେ ସରକାର ନିଦାବିଷ୍ଣୁ। ଆଦିବାସୀ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ବିଫଳ ରାଜ୍ୟ ସରକାର। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଅଭାବରୁ ତାଙ୍କ ପିଲାକୁ ବିକ୍ରି କରିବା ଭଳି ଘଟଣା ପୂରା ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ବିଷ୍ଠା ଖୁଆଇବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଦିବାସୀଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ।

ଗତ ନଭେମ୍ବର ୧୬ ତାରିଖରେ ଜଣେ ଆଦିବାସୀ ଯୁବତୀଙ୍କୁ ଅଭୟ ବାଗ ନାମକ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କୁ ବିଷ୍ଠା ଖୁଆଇଥିଲେ। ଏଭଳି ଅମାନବୀୟ ଘଟଣାର ୭ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ପୋଲିସ। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ତଥାପି ସରକାର ଚୁପ, ଡବଲ ଇଞ୍ଜିନ ସରକାରରେ ଆଦିବାସୀ ସୁରକ୍ଷିତ ନୁହନ୍ତି ବୋଲି କହି ବର୍ଷିଛି ବିଜେଡି।

ସେପଟେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ବିଷ୍ଠା ଖୁଆଇବା ଘଟଣାରେ ଡବଲ ଇଞ୍ଜିନ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ଡବଲ ଇଞ୍ଜିନ ସରକାରରେ ଆଦିବାସୀମାନେ ସୁରକ୍ଷିତ ନୁହନ୍ତି, ରାଜ୍ୟ ସରକାର ଆଦିବାସୀଙ୍କ ପ୍ରତି ଦୃଷ୍ଟି ଦେଉନାହାନ୍ତି। ବିଜେପି ସରକାରକୁ ଆସିବା ପରେ ଆଦିବାସୀମାନଙ୍କୁ ଖାଇବାକୁ ମିଳୁନି କି ସୁରକ୍ଷା ଓ ସମ୍ମାନ ମିଳୁନି। ଯଦି ଏପରି ଚାଲେ ଡବଲ ଇଞ୍ଜିନ ସରକାର ଲୋ ହୋଇଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା।

ଆମ୍ବ ଟାକୁଆ ଟ୍ରାଜେଡି ପରେ ଖପ୍ରାଖୋଲ ଶିଶୁ ବିକ୍ରି ଘଟଣା ଆଉ ଏବେ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଏବଂ ବିଷ୍ଟା ଖୁଆଇବା ଘଟଣା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି।