ଆଧାର ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ପରିବାର

ଥୁଆମୂଳ ରାମପୁର,୨୬ା୩ (ଦୁର୍ଗା କୀର୍ତ୍ତି):ବର୍ତ୍ତମାନ କୌଣସି ସରକାରୀ ଯୋଜନାର ଲାଭ ପାଇବାକୁ ହେଲେ ଆଧାର କାର୍ଡକୁ ମୁଖ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଛି। ଏପରି କି ପିଲାଙ୍କ ପାଠପଢା ପାଇଁ ଆଧାର ଜରୁରୀ ହୋଇପଡିଛି। ହେଲେ ଆଧାର କାର୍ଡ ନ ଥିବାରୁ ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଏକ ପରିବାର ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେବା ଭଳି ଘଟଣା ସାମ୍‌ନାକୁ ଆସିଛି। ସୂଚନା ଅନୁସାରେ ଏହି ଗ୍ରାମର ବିଷିକେଶନ ମାଝୀ ତାଙ୍କ ବାପା […] The post ଆଧାର ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ପରିବାର appeared first on Dharitri Odia News.

ଆଧାର ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ପରିବାର

ଥୁଆମୂଳ ରାମପୁର,୨୬ା୩ (ଦୁର୍ଗା କୀର୍ତ୍ତି):ବର୍ତ୍ତମାନ କୌଣସି ସରକାରୀ ଯୋଜନାର ଲାଭ ପାଇବାକୁ ହେଲେ ଆଧାର କାର୍ଡକୁ ମୁଖ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଛି। ଏପରି କି ପିଲାଙ୍କ ପାଠପଢା ପାଇଁ ଆଧାର ଜରୁରୀ ହୋଇପଡିଛି। ହେଲେ ଆଧାର କାର୍ଡ ନ ଥିବାରୁ ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଏକ ପରିବାର ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେବା ଭଳି ଘଟଣା ସାମ୍‌ନାକୁ ଆସିଛି। ସୂଚନା ଅନୁସାରେ ଏହି ଗ୍ରାମର ବିଷିକେଶନ ମାଝୀ ତାଙ୍କ ବାପା ଓ ମା’ଙ୍କ ଆଧାର କାର୍ଡ ପାଇଁ ବହୁବାର ଆବେଦନ କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ସେହିପରି ବିଶିକେସନଙ୍କ ୫ ଝିଅପୁଅ ନବୀନ ମାଝୀ (୧୫), ହିମାଞ୍ଜଳୀ ମାଝି (୩), ମାଙ୍ଗତିଆ ମାଝୀ (୯), ନାଲେନୀ ମାଝୀ (୫) ଓ ବନିତା ମାଝୀ (୨)ଙ୍କ ଆଧାର କାର୍ଡ ନ ଥିବାରୁ ପାଠପଢିବାରୁ ବଞ୍ଚତ୍ତ ରହିଥିବା ଜଣାପଡିଛି। ଏପରି କି ରାଶନ ସାମଗ୍ରୀ ଓ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ତରଫରୁ ଅନେକ ସମୟରେ ଆଧାର କ୍ୟାମ୍ପ କରୁଛୁ। ହେଲେ କୌଣସି କାରଣରୁ ଅନେକ ଲୋକ ଏଥିରୁ ବଞ୍ଚତ୍ତ ରହୁଛନ୍ତି। ତଥାପି ଏହାର ସମାଧାନର ବାଟ କାଢ଼ିବେ ବୋଲି କହିଥିଲେ।

The post ଆଧାର ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ପରିବାର appeared first on Dharitri Odia News.