ଆଧାର ଲିଙ୍କ୍ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ
ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ): ବୁଧବାରଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାରେ ଅପଲୋଡ୍ ପ୍ରକ୍ରିୟା। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍ ହେଉ ବା ମୋବାଇଲ ନମ୍ବର ସହ ଲିଙ୍କ୍ କରିବା ପାଇଁ ବ୍ୟସ୍ତ ହୋଇଗଲେଣି। ମଙ୍ଗଳବାର ମଧ୍ୟ ଛତ୍ରପୁର ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼ ଜମିଥିବା ବେଳେ ଆଜି ବି ସେହିପରି ଘଟଣା ଦେଖିବାକୁ ମିଳିଛି। ଏପରିକି ସକାଳ ୬ରୁ ମହିଳାମାନେ ଆସି ଜଗିରହିଛନ୍ତି। କେତେବେଳେ ପୋଷ୍ଟ ଅଫିସ ଖୋଲିବ […] The post ଆଧାର ଲିଙ୍କ୍ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ appeared first on Dharitri Odia News.
ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ): ବୁଧବାରଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାରେ ଅପଲୋଡ୍ ପ୍ରକ୍ରିୟା। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍ ହେଉ ବା ମୋବାଇଲ ନମ୍ବର ସହ ଲିଙ୍କ୍ କରିବା ପାଇଁ ବ୍ୟସ୍ତ ହୋଇଗଲେଣି। ମଙ୍ଗଳବାର ମଧ୍ୟ ଛତ୍ରପୁର ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼ ଜମିଥିବା ବେଳେ ଆଜି ବି ସେହିପରି ଘଟଣା ଦେଖିବାକୁ ମିଳିଛି। ଏପରିକି ସକାଳ ୬ରୁ ମହିଳାମାନେ ଆସି ଜଗିରହିଛନ୍ତି। କେତେବେଳେ ପୋଷ୍ଟ ଅଫିସ ଖୋଲିବ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ କରିବେ। ୧୦ଟାରେ ପୋଷ୍ଟ ଅଫିସ ଖୋଲିଲା ପରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଠେଲାପେଲା ସହ ମହିଳାମାନେ ତଳେ ପଡ଼ିଯାଉଥିବାର ଦେଖିବାକୁ ମିଳିଥିଲା। ଶେଷରେ ଛତ୍ରପୁର ପୋଲିସ ଥାନା ଅଧିକାରୀ ଓ ଛତ୍ରପୁର ବିଡିଓ ଆସି ମହିଳାମାନଙ୍କୁ ବିଝାଇଥିଲେ। ଏପରିକି ଭିଡ଼କୁ ଦେଖି କିଛି ସମୟ ପ୍ରର୍ଯ୍ୟନ୍ତ କାମ ବନ୍ଦ ରହିଥିଲା। ପରେ ପୋଲିସ ଉପସ୍ଥିତିରେ କାମ ପୁଣି ଆରମ୍ଭ ହୋଇଥିଲା। ଗତକାଲି ଗୋଟିଏ କାଉଣ୍ଟର ଖୋଲାରହିଥିଲା ଆଜି ତିନୋଟି ଖୋଲାଯାଇଥିଲା। ଆସନ୍ତାକାଲି ପ୍ରତି ପଞ୍ଚାୟତରେ ଥିବା ପୋଷ୍ଟ ଅଫିସରେ ଏହି ଆଧାର କାର୍ଡ କାଉଣ୍ଟର ଖୋଲଯିବ। ନିଜ ନିଜ ଅଞ୍ଚଳରେ କରିବାକୁ କୁହାଯାଇଥିଲା। ଦିନ ୨ ଟା ପରେ ବନ୍ଦ କରିଦିଆଗଲା ଆଧାର କାର୍ଡ। ଯାହାଫଳରେ ଶହ ଶହ ମହିଳା ଯିଏ ନିଜ କାମ ଧନ୍ଦା ଛାଡ଼ି ଛୋଟ ଛୁଆକୁ ଧରି ବହୁ ଦୂରରୁ ଆସିଥିଲେ ସେମାନେ ସବୁ ନିରାଶରେ ଫେରିଯାଉଥିବାର ଦେଖିବାକୁ ମିଳିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାଉଣ୍ଟର ସଂଖ୍ୟା ବୃଦ୍ଧି ସହ ସମସ୍ତ ବ୍ୟବସ୍ଥା ସଠିକ୍ ଭାବେ କିପରି ସୁପରିଚାଳନା ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।
The post ଆଧାର ଲିଙ୍କ୍ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ appeared first on Dharitri Odia News.