ପଳାଶୁଣି ଛକରେ ପୁଣି ଦୁର୍ଘଟଣା, ମହିଳାଙ୍କ ଉପରେ ମାଡିଗଲା ଟ୍ରକ
ଭୁବନେଶ୍ୱର ୨୧।୧୧ : ଭୁବନେଶ୍ୱର ପଳାଶୁଣି ଛକରେ ପୁଣି ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ମହିଳାଙ୍କ ମୃତ୍ୟୁ ପରେ ପଳାଶୁଣି ଛକରେ ଦେଖାଦେଇଛି ଉତ୍ତେଜନା । ଗୁରୁବାର ସକାଳ ସମୟରେ ମହିଳା ଜଣଙ୍କ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଏକ ବାଇକ୍ ଆସି ମହିଳାଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ମହିଳା ଜଣଙ୍କ ରାସ୍ତାରେ ପଡିଯାଇଥିଲେ । ପରେ ପଛରୁ ଆସୁଥିବା ଏକ ଟ୍ରକ ମହିଳାଙ୍କ ଉପରେ ମାଡିଯାଇଥିଲା। ମହିଳା ଜଣଙ୍କ ଗୁରୁତର ହୋଇ ଘଟଣାସ୍ଥଳରେ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।ସେପଟେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର ଦାବି ପରେ ବି ପଳାଶୁଣି ଛକରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେଉନାହିଁ । ଯେଉଁଥି ଲାଗି ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ଆଉ ଚାଲିଯାଉଛି ଅନେକ ନିରୀହ ଜୀବନ । ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ଭୁବନେଶ୍ୱର ୨୧।୧୧ : ଭୁବନେଶ୍ୱର ପଳାଶୁଣି ଛକରେ ପୁଣି ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ମହିଳାଙ୍କ ମୃତ୍ୟୁ ପରେ ପଳାଶୁଣି ଛକରେ ଦେଖାଦେଇଛି ଉତ୍ତେଜନା ।
ଗୁରୁବାର ସକାଳ ସମୟରେ ମହିଳା ଜଣଙ୍କ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଏକ ବାଇକ୍ ଆସି ମହିଳାଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ମହିଳା ଜଣଙ୍କ ରାସ୍ତାରେ ପଡିଯାଇଥିଲେ । ପରେ ପଛରୁ ଆସୁଥିବା ଏକ ଟ୍ରକ ମହିଳାଙ୍କ ଉପରେ ମାଡିଯାଇଥିଲା। ମହିଳା ଜଣଙ୍କ ଗୁରୁତର ହୋଇ ଘଟଣାସ୍ଥଳରେ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ସେପଟେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର ଦାବି ପରେ ବି ପଳାଶୁଣି ଛକରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେଉନାହିଁ । ଯେଉଁଥି ଲାଗି ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ଆଉ ଚାଲିଯାଉଛି ଅନେକ ନିରୀହ ଜୀବନ । ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।