ଆମ୍ବୁଲାନ୍ସରେ କଫସିରଫ ଚାଲାଣ, ୧୫ ପେଟି କଫସିରଫ ଜବତ, ଦୁଇ ଗିରଫ

ବଲାଙ୍ଗିର: ଯେତିକି ଧରପକଡ ସେତିକି ନୂଆଁ ନୂଆଁ ଷ୍ଟାଇଲ। ଯେତିକି ପୋଲିସ ଚାଲାକି କରୁଛି  ତା ଦୁଇଗୁଣା ବୁଦ୍ଧି ଲଗାଇ ଆକ୍ଟିଭ ମାଫିଆ ନିଶା ବ୍ୟବସାୟୀ। ବଲାଙ୍ଗୀରରେ  ଠିକ୍ ଏଭଳି କିଛି ଘଟଣା ଦେଖିବାକୁ ମିଲିଛି। ଆମ୍ବୁଲାନ୍ସରେ କଫସିରଫ ଚାଲାଣ ବେଳେ ଧରିଛି ଟାଉନ ପୋଲିସ ତାହାପୁଣି ଟାଉନ ଭିତରେ। ୧୫ ପେଟିରେ ୧୮୦୦ ବୋତଲ କଫ ସିରଫ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୁଇ ଜଣ ହେଲେ ରାକେଶ ଓରଫ ମିଲୁ ପ୍ରଧାନ ଓ ଅନ୍ୟ ଜଣେ ବବଲୁ ଓରଫ ହରିହର ମିଶ୍ର। ବବଲୁ ବଲାଙ୍ଗୀରର ହୋଇଥିବା ବେଳେ ରାକେଶ ସୋନପୁର ଜିଲ୍ଲା ତରଭାର। ସେ ପେଶାରେ ଜଣେ ଏମଆର ମଧ୍ୟ।। ତେବେ ଆଜି ଟାଉନ ଥାନା ନିକଟରେ ଏହି କଫସିରଫ ଭରା ଆମ୍ବୁଲାନ୍ସକୁ ଧରିଛି ପୋଲିସ। ସେମାନଙ୍କ ଠାରୁ ଗୋଟିଏ ଭେରନା କାର ଯାହାକି ୱେଷ୍ଟ ବେଙ୍ଗଲ ନମ୍ବର ରହିଛି ତା ସାହ ଗୋଟିଏ ସ୍କୁଟି , ୧୫ ଟି ଏଟିଏମ , ଦୁଇଟି ମୋବାଇଲ ଓ ୧୧ ସହ ଟଙ୍କା ନଗଦ ଜବତ କରିଛି ପୋଲିସ। ତେବେ ଏମାନଙ୍କ ଲିଙ୍କ କାଉଠୁ କାଉଯାଏଁ ରହିଛି ତାହାର ଖୋଲତାଡ଼ ଆରମ୍ଭ କରିଛି।   

ଆମ୍ବୁଲାନ୍ସରେ କଫସିରଫ ଚାଲାଣ, ୧୫ ପେଟି କଫସିରଫ ଜବତ, ଦୁଇ ଗିରଫ

ବଲାଙ୍ଗିର: ଯେତିକି ଧରପକଡ ସେତିକି ନୂଆଁ ନୂଆଁ ଷ୍ଟାଇଲ। ଯେତିକି ପୋଲିସ ଚାଲାକି କରୁଛି  ତା ଦୁଇଗୁଣା ବୁଦ୍ଧି ଲଗାଇ ଆକ୍ଟିଭ ମାଫିଆ ନିଶା ବ୍ୟବସାୟୀ। ବଲାଙ୍ଗୀରରେ  ଠିକ୍ ଏଭଳି କିଛି ଘଟଣା ଦେଖିବାକୁ ମିଲିଛି। ଆମ୍ବୁଲାନ୍ସରେ କଫସିରଫ ଚାଲାଣ ବେଳେ ଧରିଛି ଟାଉନ ପୋଲିସ ତାହାପୁଣି ଟାଉନ ଭିତରେ। ୧୫ ପେଟିରେ ୧୮୦୦ ବୋତଲ କଫ ସିରଫ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୁଇ ଜଣ ହେଲେ ରାକେଶ ଓରଫ ମିଲୁ ପ୍ରଧାନ ଓ ଅନ୍ୟ ଜଣେ ବବଲୁ ଓରଫ ହରିହର ମିଶ୍ର। 

ବବଲୁ ବଲାଙ୍ଗୀରର ହୋଇଥିବା ବେଳେ ରାକେଶ ସୋନପୁର ଜିଲ୍ଲା ତରଭାର। ସେ ପେଶାରେ ଜଣେ ଏମଆର ମଧ୍ୟ।। ତେବେ ଆଜି ଟାଉନ ଥାନା ନିକଟରେ ଏହି କଫସିରଫ ଭରା ଆମ୍ବୁଲାନ୍ସକୁ ଧରିଛି ପୋଲିସ। ସେମାନଙ୍କ ଠାରୁ ଗୋଟିଏ ଭେରନା କାର ଯାହାକି ୱେଷ୍ଟ ବେଙ୍ଗଲ ନମ୍ବର ରହିଛି ତା ସାହ ଗୋଟିଏ ସ୍କୁଟି , ୧୫ ଟି ଏଟିଏମ , ଦୁଇଟି ମୋବାଇଲ ଓ ୧୧ ସହ ଟଙ୍କା ନଗଦ ଜବତ କରିଛି ପୋଲିସ। ତେବେ ଏମାନଙ୍କ ଲିଙ୍କ କାଉଠୁ କାଉଯାଏଁ ରହିଛି ତାହାର ଖୋଲତାଡ଼ ଆରମ୍ଭ କରିଛି।