ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ

ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଗରିବ ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଆଧାର କାର୍ଡ ସଂଲଗ୍ନ ମୋବାଇଲ ନମ୍ବର କଣ୍ଟା ସାଜିଛି। କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାରସାଲି ପଞ୍ଚାୟତରେ ବସବାସ କରୁଥିବା ଆଦିମ ଜନଜାତି […] The post ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ appeared first on Dharitri Odia News.

ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ

ରାୟଗଡ଼ା,୧୩।୫(ଆଶିଷ ରଞ୍ଜନ ପଣ୍ଡା):ପୁଷ୍ଟିହୀନତା ଦୂର ଏବଂ ମାତୃ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଗରିବ ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଆଧାର କାର୍ଡ ସଂଲଗ୍ନ ମୋବାଇଲ ନମ୍ବର କଣ୍ଟା ସାଜିଛି। କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାରସାଲି ପଞ୍ଚାୟତରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ମହିଳାଙ୍କ ନିକଟରେ ମୋବାଇଲ ନ ଥିବାରୁ ସେମାନେ ପୋଷଣ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଅଙ୍ଗନଓ୍ବାଡି କେନ୍ଦ୍ରରୁ ଅଣ୍ଡା ଓ ଛତୁଆ ପାଇବାକୁ ହେଲେ ଆଧାର କାର୍ଡ ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ ହୋଇଛି। କିନ୍ତୁ ଏଠାକାର ଅଧିକାଂଶ ମହିଳାଙ୍କ ନିକଟରେ ମୋବାଇଲ ନ ଥିବାରୁ ସେମାନେ ଏହି ଯୋଜନାର ଲାଭ ପାଇପାରୁ ନ ଥିବା କହିଛନ୍ତି। ଆମ ପାଖରେ ତ ଖାଇବାକୁ ଟଙ୍କା ନାହିଁ, ମୋବାଇଲ କିଣିବାକୁ ଟଙ୍କା କେଉଁଠୁ ଆଣିବୁ ବୋଲି ଜଣେ ଡଙ୍ଗରିଆ କନ୍ଧ ମହିଳା ମେଣ୍ଡ୍ରାଣି ଜାକାକା କହିଛନ୍ତି।

The post ଆଧାର ସଂଲଗ୍ନ ମୋବାଇଲ ବିନା ମିଳୁନି ଅଣ୍ଡା, ଛତୁଆ appeared first on Dharitri Odia News.