ରହସ୍ୟମୟ 11A ସିଟ୍, ବଞ୍ଚିଯାଉଛି ଜୀବନ
ନୂଆଦିଲ୍ଲୀ,୧୫ା୬: ୩ ଦଶନ୍ଧି ଅନ୍ତରରେ ଘଟିଥିବା ୨ଟି ବିମାନ ଦୁର୍ଘଟଣାରେ ବଞ୍ଚତ୍ୟାଇଥିବା ୨ ଯାତ୍ରୀଙ୍କ ସିଟ୍ ନମ୍ବର ୧୧ଏ ରହିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣା ୧୯୯୮ରେ ଥାଇଲାଣ୍ଡରେ ଘଟିଥିବାବେଳେ ଦ୍ୱିତୀୟଟି ୨୦୨୫ ଜୁନ୍ ୧୨ରେ ଭାରତର ଅହମଦାବାଦରେ ଘଟିଛି। ଉଭୟ ଦୁର୍ଘଟଣାରେ ରହସ୍ୟମୟ ୧୧ଏ ସିଟ୍ର ଯାତ୍ରୀ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି। ଗୁରୁବାର ଏୟାର ଇଣ୍ଡିଆ ବିମାନ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନର ୨୪୧ ଜଣ ପ୍ରାଣ ହରାଇଥିବାବେଳେ ୧୧ଏ ସିଟ୍ରେ ବସିଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର […] The post ରହସ୍ୟମୟ 11A ସିଟ୍, ବଞ୍ଚିଯାଉଛି ଜୀବନ appeared first on Dharitri Odia News.
ନୂଆଦିଲ୍ଲୀ,୧୫ା୬: ୩ ଦଶନ୍ଧି ଅନ୍ତରରେ ଘଟିଥିବା ୨ଟି ବିମାନ ଦୁର୍ଘଟଣାରେ ବଞ୍ଚତ୍ୟାଇଥିବା ୨ ଯାତ୍ରୀଙ୍କ ସିଟ୍ ନମ୍ବର ୧୧ଏ ରହିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣା ୧୯୯୮ରେ ଥାଇଲାଣ୍ଡରେ ଘଟିଥିବାବେଳେ ଦ୍ୱିତୀୟଟି ୨୦୨୫ ଜୁନ୍ ୧୨ରେ ଭାରତର ଅହମଦାବାଦରେ ଘଟିଛି। ଉଭୟ ଦୁର୍ଘଟଣାରେ ରହସ୍ୟମୟ ୧୧ଏ ସିଟ୍ର ଯାତ୍ରୀ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି। ଗୁରୁବାର ଏୟାର ଇଣ୍ଡିଆ ବିମାନ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନର ୨୪୧ ଜଣ ପ୍ରାଣ ହରାଇଥିବାବେଳେ ୧୧ଏ ସିଟ୍ରେ ବସିଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶ ଜୀବିତ ରହିଛନ୍ତି। ୨୭ ବର୍ଷ ପୂର୍ବେ ଘଟିଥିବା ବିମାନ ଦୁର୍ଘଟଣାରେ ବଞ୍ଚତ୍ୟାଇଥିବା ଥାଇଲାଣ୍ଡର ଅଭିନେତା ତଥା ଗାୟକ ଜେମ୍ସ ରୁଆଙ୍ଗସାକ୍ ଲୟଚୁସାକ୍ଙ୍କର ସିଟ୍ ନମ୍ବର ୧୧ଏ ଥିଲା, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ୧୯୯୮ରେ ଲୟଚୁସାକ୍ ଥାଇଲାଣ୍ଡ ଏୟାରଓ୍ବେଜ୍ର ଟିଜି୨୬୧ ନମ୍ବର ବିମାନରେ ଯାତ୍ରା କରୁଥିବାବେଳେ ସେଠାର ସୁରଟ୍ ଥାନି ସହରରେ ଅବତରଣବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୧୪୬ ଜଣ ଥିଲାବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଜୀବିତଙ୍କ ମଧ୍ୟରେ ଲୟଚୁସାକ୍ ଅନ୍ୟତମ ଥିଲେ।
The post ରହସ୍ୟମୟ 11A ସିଟ୍, ବଞ୍ଚିଯାଉଛି ଜୀବନ appeared first on Dharitri Odia News.