ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି, ନଭେମ୍ବର ୪ରେ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ନଭେମ୍ବର ୪ରେ ଚାର୍ଜସିଟ୍ର ଶୁଣାଣି ହେବ।ଚାର୍ଜସିଟରେ ମରିୟମ ସିଦ୍ଦିକି ନାମକ ଜଣେ ଅଭିଯୁକ୍ତଙ୍କ ନାମ ମଧ୍ୟ ଦିଆଯାଇଛି। ଗିରଫ ବିନା ଇଡି ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଏହି ମାମଲା ଚହଲା ଅଞ୍ଚଳରେ ୩୬ କୋଟି ଟଙ୍କାରେ ଜମି କ୍ରୟ ସହ ଜଡିତ।ଏହି ମାମଲାରେ ଅମାନତୁଲ୍ଲା ଖାନଙ୍କୁ ସେପ୍ଟେମ୍ବର ୨ରେ ମନି ଲଣ୍ଡରିଂ ଆକ୍ଟ (PMLA), 2002 ଅନୁଯାୟୀ ଗିରଫ କରାଯାଇଥିଲା। ୱାକଫ ବୋର୍ଡ (2016-2021)ରେ ତାଙ୍କ କାର୍ଯ୍ୟକାଳ ସମୟରେ ମିଳିଥିବା ପାଣ୍ଠି ରିଅଲ ଇଷ୍ଟେଟ୍ ନିବେଶ ପାଇଁ ଅର୍ଥ ବ୍ୟବହାର କରୁଥିବା ଇଡି ଅଭିଯୋଗ କରିଛି।ଦିଲ୍ଲୀ ୱାକଫ ବୋର୍ଡରେ କର୍ମଚାରୀଙ୍କ ବେଆଇନ ନିଯୁକ୍ତି ଅଭିଯୋଗରେ ସିବିଆଇ ଦ୍ୱାରା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଏଫ୍ଆଇଆର୍ ଉପରେ ଆଧାର କରାଯାଇଥିଲା।
ନୂଆଦିଲ୍ଲୀ: ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ନଭେମ୍ବର ୪ରେ ଚାର୍ଜସିଟ୍ର ଶୁଣାଣି ହେବ।
ଚାର୍ଜସିଟରେ ମରିୟମ ସିଦ୍ଦିକି ନାମକ ଜଣେ ଅଭିଯୁକ୍ତଙ୍କ ନାମ ମଧ୍ୟ ଦିଆଯାଇଛି। ଗିରଫ ବିନା ଇଡି ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଏହି ମାମଲା ଚହଲା ଅଞ୍ଚଳରେ ୩୬ କୋଟି ଟଙ୍କାରେ ଜମି କ୍ରୟ ସହ ଜଡିତ।
ଏହି ମାମଲାରେ ଅମାନତୁଲ୍ଲା ଖାନଙ୍କୁ ସେପ୍ଟେମ୍ବର ୨ରେ ମନି ଲଣ୍ଡରିଂ ଆକ୍ଟ (PMLA), 2002 ଅନୁଯାୟୀ ଗିରଫ କରାଯାଇଥିଲା। ୱାକଫ ବୋର୍ଡ (2016-2021)ରେ ତାଙ୍କ କାର୍ଯ୍ୟକାଳ ସମୟରେ ମିଳିଥିବା ପାଣ୍ଠି ରିଅଲ ଇଷ୍ଟେଟ୍ ନିବେଶ ପାଇଁ ଅର୍ଥ ବ୍ୟବହାର କରୁଥିବା ଇଡି ଅଭିଯୋଗ କରିଛି।
ଦିଲ୍ଲୀ ୱାକଫ ବୋର୍ଡରେ କର୍ମଚାରୀଙ୍କ ବେଆଇନ ନିଯୁକ୍ତି ଅଭିଯୋଗରେ ସିବିଆଇ ଦ୍ୱାରା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଏଫ୍ଆଇଆର୍ ଉପରେ ଆଧାର କରାଯାଇଥିଲା।