ଭରତପୁର ଘଟଣାରେ ଏକାଠି ହେଲା କମିଶନରେଟ୍ ପୋଲିସ, ନ୍ୟାୟ ନ ମିଳିଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ଵର:  ଭରତପୁର ଘଟଣାରେ ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ନିଲମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ପ୍ରେସ ମିଟ୍ କରି ଓଡ଼ିଶା ପୋଲିସ ଆସୋସିଏସନର କର୍ମକର୍ତ୍ତାମାନେ ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର ପାଇଁ ପୋଲିସ ଡିଜିଙ୍କୁ ନିବେଦନ କରିଛନ୍ତି । ସେହିଭଳି ଭୁବନେଶ୍ବରରେ ପୋଲିସ କମିଶନରଙ୍କୁ ଭେଟିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ସଂଘ । ସେପଟେ ପୋଲିସ ସେବା ଭବନ ଆଗରେ ନିଳମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର ଓ ସ୍ବେଚ୍ଛାସେବୀ ସଂଗଠନ ଧାରଣା ଦେବା ସହ ଭରତପୁର ଥାନାର ପୋଲିସ କର୍ମଚାରୀଙ୍କ ନିଳମ୍ବନ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ।ଭରତପୁର ଘଟଣାରେ ନିଳମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଲା ପୋଲିସ ସଂଘ । ଆଜି ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ନିଳମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ଓଡ଼ିଶା ପୋଲିସ ସଂଘର କର୍ମକର୍ତ୍ତାମାନେ ପ୍ରେସମିଟ୍ କରି ଭରତପୁର ଥାନାର ୫ ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର ପାଇଁ ପୋଲିସ ଡିଜିଙ

ଭରତପୁର ଘଟଣାରେ ଏକାଠି ହେଲା କମିଶନରେଟ୍ ପୋଲିସ, ନ୍ୟାୟ ନ ମିଳିଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ଵର:  ଭରତପୁର ଘଟଣାରେ ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ନିଲମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ପ୍ରେସ ମିଟ୍ କରି ଓଡ଼ିଶା ପୋଲିସ ଆସୋସିଏସନର କର୍ମକର୍ତ୍ତାମାନେ ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର ପାଇଁ ପୋଲିସ ଡିଜିଙ୍କୁ ନିବେଦନ କରିଛନ୍ତି । 

ସେହିଭଳି ଭୁବନେଶ୍ବରରେ ପୋଲିସ କମିଶନରଙ୍କୁ ଭେଟିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ସଂଘ । ସେପଟେ ପୋଲିସ ସେବା ଭବନ ଆଗରେ ନିଳମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର ଓ ସ୍ବେଚ୍ଛାସେବୀ ସଂଗଠନ ଧାରଣା ଦେବା ସହ ଭରତପୁର ଥାନାର ପୋଲିସ କର୍ମଚାରୀଙ୍କ ନିଳମ୍ବନ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ।

ଭରତପୁର ଘଟଣାରେ ନିଳମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଲା ପୋଲିସ ସଂଘ । ଆଜି ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ନିଳମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ଓଡ଼ିଶା ପୋଲିସ ସଂଘର କର୍ମକର୍ତ୍ତାମାନେ ପ୍ରେସମିଟ୍ କରି ଭରତପୁର ଥାନାର ୫ ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର ପାଇଁ ପୋଲିସ ଡିଜିଙ୍କୁ ନିବେଦନ କରିଛନ୍ତି । 

ଓଡ଼ିଶା ପୋଲିସ ସଂଘ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି ଯେ, ଘଟଣାର ତଦନ୍ତ ସରିବା ପରେ ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ତାହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । ଯଦି ସତରେ ଥାନାରେ କାହା ପ୍ରତି ଅନ୍ୟାୟ ହୋଇଥାଏ ତେବେ ଏହାକୁ ଆମେ ନିନ୍ଦା କରୁଛୁ । କିନ୍ତୁ ଏହି ଘଟଣାରେ ଆମେ ଯାହା ଅନୁଭବ କରୁଛୁ ପୋଲିସ ଅଧିକାରୀ କର୍ମଚାରୀ ଦୋଷୀ ନୁହନ୍ତି । ଥାନାର ସିସିଟିଭି ଯଦି କାମ କରୁନଥିଲା ସେଥିରେ ଆମର କିଛି ଭୁଲ୍ ନାହିଁ ବୋଲି କହିଛନ୍ତି ପୋଲିସ ସଂଘ ସମ୍ପାଦକ । 

ସେପଟେ ଭୁବନେଶ୍ବରରେ ପୋଲିସ ସେବା ଭବନରେ ପୋଲିସ କମିଶନରଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ସଂଘ । କ୍ରାଇମବ୍ରାଞ୍ଚ ତଦନ୍ତ ସରିବା ପୂର୍ବରୁ ଭରତପୁର ଥାନା କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସଂଘ କର୍ମକର୍ତ୍ତା । ଏଥି ସହ କ୍ରାଇମବ୍ରାଞ୍ଚ ତଦନ୍ତରେ ଯାହା ଭୁଲ୍ ବାହାରିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି ।

ଅନ୍ୟପଟେ ପୋଲିସ ସେବା ଭବନ ଆଗରେ ଧାରଣା ଦେଇଛନ୍ତି ନିଳମ୍ବିତ ପୋଲିସ କର୍ମଚାରୀଙ୍କ ପରିବାର ଲୋକ ଏବଂ କିଛି ସ୍ବେଚ୍ଛାସେବୀ ସଂଗଠନ । ପୋଲିସର ଛବିକୁ ମଳିନ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ କହିବା ସହ ୫ ନିଳମ୍ବିତ ପୋଲିସ କର୍ମୀଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଭରତପୁର ଥାନା ଘଟଣା ଏବେ ଜଟିଳ ହେବାରେ ଲାଗିଛି । ଗୋଟେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ନିଳମ୍ବିତ ୫ ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି ପୋଲିସ ସଂଘ ।