ନର୍ସିଂ କର୍ମଚାରୀ ଓ ହାଉସ୍ ସର୍ଜନ ବିବାଦ : ଜେଡିଏ, ଆରଡିଏ ଓ ଷ୍ଟୁଡେଣ୍ଟ୍ ୟୁନିୟନର ସମର୍ଥନ

କଟକ ୧୭।୭: କଟକ ଏସ୍‌ସିବି ମେଡ଼ିକାଲରେ ନର୍ସ ଓ ହାଉସ ସର୍ଜନଙ୍କ ଭିତରେ ବିବାଦ ଚାଲିଥିବା ବେଳେ ହାଉସ ସର୍ଜନ ମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ବୁଧବାର ଠାରୁ ହାଉସ ସର୍ଜନ ମାନଙ୍କ କାର୍ଯ୍ୟ ବନ୍ଦ ଡାକରାର ପ୍ରଥମ ଦିନ ଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ରେସିଡେନ୍ସ ଡାକ୍ତର ଆସୋସିଏସନ୍, ଜୁନିଅର୍ ଡାକ୍ତର ଆସୋସିଏସନ୍ ଓ ଷ୍ଟୁଡେଣ୍ଟ୍ ୟୁନିୟନ । ସେମାନେ ମଧ୍ୟ ଏହି ଘଟଣାରେ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିଭଳି ନର୍ସିଂ କର୍ମଚାରୀ ମାନେ ମଧ୍ୟ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆସି ପହଞ୍ଚିଛନ୍ତି । ଗୁରୁବାର ଠାରୁ ତିନି ଦିନ ପର୍ଯ୍ୟନ୍ତ କଳା ବ୍ୟାଚ୍ ପିନ୍ଧି ସମସ୍ତ ନର୍ସିଂ କର୍ମଚାରୀ ମାନେ କାର୍ଯ୍ୟ କରିବେ । ଏହାପରେ ୨୪ ତାରିଖ ପର୍ଯ୍ୟନ୍ତ ଟୋକନ୍ ଷ୍ଟ୍ରାଇକ୍ ଓ ୨୪ ପରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ରଖିବେ ନର୍ସିଂ କର୍ମଚାରୀ । ଏଥିରେ ରାଜ୍ୟ ନର୍ସିଂ କର୍ମଚାରୀ ସଂଘ ମଧ୍ୟ ସହମତି ଦେଇଥିବା ଏସସିବି ନର୍ସିଂ କର୍ମଚାରୀ ସଂଘର ସମ୍ପାଦିକା ସୂଚନା ଦେଇଛନ୍ତି ।You Can Read:ବିଦ୍ୟୁତ ତାର ଚୋରି ବେଳେ ଧରାପଡିଲେ ୨ ଚୋର, ଖସିଗଲେ ୬ ଜଣ

ନର୍ସିଂ କର୍ମଚାରୀ ଓ ହାଉସ୍ ସର୍ଜନ ବିବାଦ : ଜେଡିଏ, ଆରଡିଏ ଓ ଷ୍ଟୁଡେଣ୍ଟ୍ ୟୁନିୟନର ସମର୍ଥନ

କଟକ ୧୭: କଟକ ଏସ୍‌ସିବି ମେଡ଼ିକାଲରେ ନର୍ସ ଓ ହାଉସ ସର୍ଜନଙ୍କ ଭିତରେ ବିବାଦ ଚାଲିଥିବା ବେଳେ ହାଉସ ସର୍ଜନ ମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ବୁଧବାର ଠାରୁ ହାଉସ ସର୍ଜନ ମାନଙ୍କ କାର୍ଯ୍ୟ ବନ୍ଦ ଡାକରାର ପ୍ରଥମ ଦିନ ଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ରେସିଡେନ୍ସ ଡାକ୍ତର ଆସୋସିଏସନ୍, ଜୁନିଅର୍ ଡାକ୍ତର ଆସୋସିଏସନ୍ ଓ ଷ୍ଟୁଡେଣ୍ଟ୍ ୟୁନିୟନ । ସେମାନେ ମଧ୍ୟ ଏହି ଘଟଣାରେ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ସେହିଭଳି ନର୍ସିଂ କର୍ମଚାରୀ ମାନେ ମଧ୍ୟ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆସି ପହଞ୍ଚିଛନ୍ତି । ଗୁରୁବାର ଠାରୁ ତିନି ଦିନ ପର୍ଯ୍ୟନ୍ତ କଳା ବ୍ୟାଚ୍ ପିନ୍ଧି ସମସ୍ତ ନର୍ସିଂ କର୍ମଚାରୀ ମାନେ କାର୍ଯ୍ୟ କରିବେ । ଏହାପରେ ୨୪ ତାରିଖ ପର୍ଯ୍ୟନ୍ତ ଟୋକନ୍ ଷ୍ଟ୍ରାଇକ୍ ଓ ୨୪ ପରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ରଖିବେ ନର୍ସିଂ କର୍ମଚାରୀ । ଏଥିରେ ରାଜ୍ୟ ନର୍ସିଂ କର୍ମଚାରୀ ସଂଘ ମଧ୍ୟ ସହମତି ଦେଇଥିବା ଏସସିବି ନର୍ସିଂ କର୍ମଚାରୀ ସଂଘର ସମ୍ପାଦିକା ସୂଚନା ଦେଇଛନ୍ତି ।

You Can Read:

ବିଦ୍ୟୁତ ତାର ଚୋରି ବେଳେ ଧରାପଡିଲେ ୨ ଚୋର, ଖସିଗଲେ ୬ ଜଣ