ଇଡିକୁ ସୁପ୍ରିମକୋର୍ଟ ତାଗିଦ୍, କହିଲେ- ୫ ହଜାରରୁ ଅଧିକ କେସ୍, ହେଲେ ମାତ୍ର ୪୦ରେ ଦୋଷୀ ସାବ୍ୟସ୍ତ…
ନୂଆଦିଲ୍ଲୀ ୦୮।୦୮ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟଙ୍କ ତାଗିଦ୍ । ୫ ହଜାରରୁ ଅଧିକ କେସ୍ ରୁଜୁ କରିଛି । ହେଲେ ଗିରଫ କରି ମାତ୍ର ୪୦। ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଛତିଶଗଡ଼ ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। କୋଇଲା ପରିବହନ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଛତିଶଗଡ଼ ବ୍ୟବସାୟୀ ସୁନୀଲ କୁମାରଙ୍କୁ ଗିରଫ କରାଯାଇଥିଲା । ପିଏମ୍ଏଲ୍ଏ (ମନିଲଣ୍ଡରିଂ ନିରୋଧୀ ଆଇନ)ରେ ହୋଇଥିବା ମାମଲାରେ ଦୋଷସିଦ୍ଧି ମାମଲାର ସଂଖ୍ୟା କମ୍ ଥିବା କଥା ଉଠାଇ ଜଷ୍ଟିସ ଭୂୟାଁ କହିଥିଲେ କି, ସଂସଦରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଅନୁସାରେ ପିଏମ୍ଏଲ୍ଏରେ ସଂଶୋଧନ ପରେ ୫ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। କିନ୍ତୁ ୧୦ ବର୍ଷରେ କେବଳ ୪୦ଟି ମାମଲାରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେହିପରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ କି, ଇଡି ମାମଲାର ଗୁଣବତ୍ତା ଓ ଗମ୍ଭୀରତା ଉପରେ ଧ୍ୟାନ ଦେବା ଦରକାର। ଯେଉଁ ମାମଲାରେ ପ୍ରାଥମିକ ତଦନ୍ତରୁ ପ୍ରମାଣ ଥିବା ଇଡି ଜାଣିବାକୁ ପାଉଛି ସେହି ମାମଲାକୁ କୋର୍ଟରେ ଉପସ୍ଥାପନ କରିବାକୁ ପଡ଼ିବ। ଏପରି କ୍ଷେତ୍ରରେ କେବଳ କେତେଜଣ ବ୍ୟକ୍ତିବିଶେଷଙ୍କ ବୟାନ ଉପରେ ଗୁରୁତ
ନୂଆଦିଲ୍ଲୀ ୦୮।୦୮ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟଙ୍କ ତାଗିଦ୍ । ୫ ହଜାରରୁ ଅଧିକ କେସ୍ ରୁଜୁ କରିଛି । ହେଲେ ଗିରଫ କରି ମାତ୍ର ୪୦। ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଛତିଶଗଡ଼ ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ।
କୋଇଲା ପରିବହନ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଛତିଶଗଡ଼ ବ୍ୟବସାୟୀ ସୁନୀଲ କୁମାରଙ୍କୁ ଗିରଫ କରାଯାଇଥିଲା । ପିଏମ୍ଏଲ୍ଏ (ମନିଲଣ୍ଡରିଂ ନିରୋଧୀ ଆଇନ)ରେ ହୋଇଥିବା ମାମଲାରେ ଦୋଷସିଦ୍ଧି ମାମଲାର ସଂଖ୍ୟା କମ୍ ଥିବା କଥା ଉଠାଇ ଜଷ୍ଟିସ ଭୂୟାଁ କହିଥିଲେ କି, ସଂସଦରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଅନୁସାରେ ପିଏମ୍ଏଲ୍ଏରେ ସଂଶୋଧନ ପରେ ୫ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। କିନ୍ତୁ ୧୦ ବର୍ଷରେ କେବଳ ୪୦ଟି ମାମଲାରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ସେହିପରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ କି, ଇଡି ମାମଲାର ଗୁଣବତ୍ତା ଓ ଗମ୍ଭୀରତା ଉପରେ ଧ୍ୟାନ ଦେବା ଦରକାର। ଯେଉଁ ମାମଲାରେ ପ୍ରାଥମିକ ତଦନ୍ତରୁ ପ୍ରମାଣ ଥିବା ଇଡି ଜାଣିବାକୁ ପାଉଛି ସେହି ମାମଲାକୁ କୋର୍ଟରେ ଉପସ୍ଥାପନ କରିବାକୁ ପଡ଼ିବ। ଏପରି କ୍ଷେତ୍ରରେ କେବଳ କେତେଜଣ ବ୍ୟକ୍ତିବିଶେଷଙ୍କ ବୟାନ ଉପରେ ଗୁରୁତ୍ୱ ଦିଆଯାଉଛି। ସେହି ସାକ୍ଷ୍ୟମାନଙ୍କ ମଧ୍ୟରୁ କେତେଜଣ ପ୍ରରୋଚନାରେ ପଡ଼ି କିମ୍ବା ଲାଞ୍ଚ ନେଇ ସାକ୍ଷୀ ଦେଉଥିବା ମଧ୍ୟ ଜଣାପଡ଼ୁଛି । ଏଭଳି ମୌଖିକ ସାକ୍ଷ୍ୟର କୌଣସି ଭରସା ନାହିଁ। ସାକ୍ଷୀ କୋର୍ଟକୁ ଆସିବା ପରେ ଅଧିକ ଜେରାର ସମ୍ମୁଖୀନ ହେବାକୁ ବି ଭୟ କରୁଛନ୍ତି । ବୟାନ ଭରସାରେ ରହିବା ଅପେକ୍ଷା ଇଡି ବୈଜ୍ଞାନିକ ପ୍ରମାଣ ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେବା କଥା ।
ଅନ୍ୟପଟେ ଜଷ୍ଟିସ୍ ଦୀପଙ୍କର ଦତ୍ତ କହିଛନ୍ତି ଯେ, ପିଏମ୍ଏଲ୍ଏ ଧାରା ୧୯ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ଅଧିକାରୀ ଗିରଫଦାରିର ବିଶ୍ୱାସଯୋଗ୍ୟ କାରଣ ଦର୍ଶାଇବା ଆବଶ୍ୟକ । ଧାରା ୪୫ ଲାଗୁ କରିବା ପୂର୍ବରୁ ଧାରା ୧୯ର ସନ୍ତୋଷଜନକ ବ୍ୟବହାର କରାଯିବା ଦରକାର । ଯଦି ଧାରା ୧୯ର ଆଦେଶକୁ କାଏମ ନ ରଖାଯାଏ ତେବେ ଅଭିଯୁକ୍ତ ହିଁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ । ଯଦି ତଦନ୍ତକାରୀ ଏଜେନ୍ସି ନିଜେ ଠିକ୍ କରିପାରିବେନି ଯେ ଅଭିଯୁକ୍ତ ଦୋଷୀ, ତେବେ ସେ ଅଦାଲତଙ୍କ ଆଗରେ ତାହା କିପରି କହିପାରିବେ ।
ସୁପ୍ରିମକୋର୍ଟ ଗତ ମେ ୧୭ରେ ସୁନୀଲ କୁମାରଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ତାଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ଅପରାଧିକ ମାମଲା ହେଉନଥିବା ସର୍ବୋଚ୍ଚ ଅଦାଲତ କହିବା ସହ ବୁଧବାର ପୂର୍ବ ଆଦେଶ କଥା ଉଠାଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ପିଏମ୍ଏଲ୍ଏ ଅନୁସାରେ ଇଡିର ଗିରଫଦାରି ଏବଂ ସମ୍ପତ୍ତି ବାଜ୍ୟାପ୍ତ କରିବାର କ୍ଷମତାକୁ ବଜାୟ ରଖିବା ଲାଗି ସୁପ୍ରିମକୋର୍ଟ ୨୦୨୨ରେ ଦେଇଥିବା ରାୟର ସମୀକ୍ଷା ନିମନ୍ତେ ଆଗତ ପିଟିସନ ଉପରେ ବୁଧବାର ଶୁଣାଣି ହେବାର ଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଶୁଣାଣିକୁ ଅଗଷ୍ଟ ୨୮କୁ ଘୁଞ୍ଚାଇଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିବା କ୍ଷଣି ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ମାମଲାର ପ୍ରସ୍ତୁତି ପାଇଁ କିଛି ସମୟ ଦେବାକୁ ନିବେଦନ କରିଥିଲେ ।