ବର୍ଡର-ଗାଭାସ୍କର ଟ୍ରଫି; ବୋଲିଂ ବିଭାଗରେ ବଡ଼ ପରିବର୍ତ୍ତନ ! ୩ ପେସ୍‌ ବୋଲର, ୨ ସ୍ପିନରଙ୍କୁ ନେଇ ଖେଳିବା ସମ୍ଭାବନା

ନୂଆଦିଲ୍ଲୀ ୨୫।୧୨: ଗୁରୁବାର ଠାରୁ ଆରମ୍ଭ ବକ୍ସିଂ ଡେ’ ଟେଷ୍ଟ । ମେଲବର୍ଣ୍ଣରେ ପ୍ରସ୍ତୁତି ଚଳାଇଛନ୍ତି ଉଭୟ ଦଳ । ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ରେ ଉନ୍ନତ ପ୍ରଦର୍ଶନ କରି ଭାରତ କ୍ରମାଗତ ତୃତୀୟ ଟେଷ୍ଟ ବିଜୟ ପାଇଁ ପ୍ରୟାସ କରିବ । ମାତ୍ର ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ  ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ବ୍ୟାଟରମାନଙ୍କୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ସହ ଡିଫେନ୍ସ ଟେକନିକ୍‌ ଉପରେ ଭରସା କରିବାକୁ ହେବ । ମାତ୍ର ବୋଲିଂ ବିଭାଗରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି । ଟିମ୍‌ ଇଣ୍ଡିଆ ଅତିରିକ୍ତ ବୋଲର ନେଇ ଖେଳିବାକୁ ଯୋଜନା କରୁଛି ।ରବି ଚନ୍ଦ୍ରନ ଅଶ୍ୱିନ ଅବସର ନେଇ ସାରିଛନ୍ତି । ଏଥିପାଇଁ ଭାରତ ମେଲବର୍ଣ୍ଣରେ ୨ଜଣ ସ୍ପିନରଙ୍କ ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଓହ୍ଲାଇପାରେ । ପ୍ରଥମ ୩ଟି ଯାକ ଟେଷ୍ଟରେ ଭାରତ ୪ ବୋଲର ନେଇ ଖେଳିଛି । ନୀତିଶ କୁମାର ରେଡ୍ଡୀ ପଞ୍ଚମ ବୋଲର ଭାବେ ଖେଳୁଥିଲେ କିନ୍ତୁ ସେ ଏପର୍ଯ୍ୟନ୍ତ ମାତ୍ର ୨୭ ଓଭର ବୋଲିଂ କରିଛନ୍ତି ଏବଂ ୪.୫୫ ହାରରେ ରନ୍‌ ଦେଇ ନେଇଛନ୍ତି ୩ଟି ୱିକେଟ୍‌ । ୩ଟି ଯାକ ଟେଷ୍ଟରେ ଭାରତ ମୋଟ୍‌ ୩୩୬ ଓଭର ବୋଲିଂ କରିଛି । ଅର୍ଥାତ ଭାରତୀୟ ଦଳ ତାଙ୍କ ବୋଲିଂ ଉପରେ ସମ୍ପୂର୍ଣ୍ଣ ଭରସା କରି ନାହିଁ । ମେଲବର୍ଣ୍ଣ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବ ବୋଲି କ୍ୟୁରେଟର ସ୍ପଷ୍ଟ କରିଛନ୍ତି । ତଥାପି ଭାରତ ୨ ସ୍ପିନର ଫର୍ମୁଲା ଆପଣେଇପାରେ । କାରଣ ଭାରତ ନିୟ

ବର୍ଡର-ଗାଭାସ୍କର ଟ୍ରଫି; ବୋଲିଂ ବିଭାଗରେ ବଡ଼ ପରିବର୍ତ୍ତନ ! ୩ ପେସ୍‌ ବୋଲର, ୨ ସ୍ପିନରଙ୍କୁ ନେଇ ଖେଳିବା ସମ୍ଭାବନା

ନୂଆଦିଲ୍ଲୀ ୨୫।୧୨: ଗୁରୁବାର ଠାରୁ ଆରମ୍ଭ ବକ୍ସିଂ ଡେ’ ଟେଷ୍ଟ । ମେଲବର୍ଣ୍ଣରେ ପ୍ରସ୍ତୁତି ଚଳାଇଛନ୍ତି ଉଭୟ ଦଳ । ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ରେ ଉନ୍ନତ ପ୍ରଦର୍ଶନ କରି ଭାରତ କ୍ରମାଗତ ତୃତୀୟ ଟେଷ୍ଟ ବିଜୟ ପାଇଁ ପ୍ରୟାସ କରିବ । ମାତ୍ର ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ  ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ବ୍ୟାଟରମାନଙ୍କୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ସହ ଡିଫେନ୍ସ ଟେକନିକ୍‌ ଉପରେ ଭରସା କରିବାକୁ ହେବ । ମାତ୍ର ବୋଲିଂ ବିଭାଗରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି । ଟିମ୍‌ ଇଣ୍ଡିଆ ଅତିରିକ୍ତ ବୋଲର ନେଇ ଖେଳିବାକୁ ଯୋଜନା କରୁଛି ।

ରବି ଚନ୍ଦ୍ରନ ଅଶ୍ୱିନ ଅବସର ନେଇ ସାରିଛନ୍ତି । ଏଥିପାଇଁ ଭାରତ ମେଲବର୍ଣ୍ଣରେ ୨ଜଣ ସ୍ପିନରଙ୍କ ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଓହ୍ଲାଇପାରେ । ପ୍ରଥମ ୩ଟି ଯାକ ଟେଷ୍ଟରେ ଭାରତ ୪ ବୋଲର ନେଇ ଖେଳିଛି । ନୀତିଶ କୁମାର ରେଡ୍ଡୀ ପଞ୍ଚମ ବୋଲର ଭାବେ ଖେଳୁଥିଲେ କିନ୍ତୁ ସେ ଏପର୍ଯ୍ୟନ୍ତ ମାତ୍ର ୨୭ ଓଭର ବୋଲିଂ କରିଛନ୍ତି ଏବଂ ୪.୫୫ ହାରରେ ରନ୍‌ ଦେଇ ନେଇଛନ୍ତି ୩ଟି ୱିକେଟ୍‌ । ୩ଟି ଯାକ ଟେଷ୍ଟରେ ଭାରତ ମୋଟ୍‌ ୩୩୬ ଓଭର ବୋଲିଂ କରିଛି । ଅର୍ଥାତ ଭାରତୀୟ ଦଳ ତାଙ୍କ ବୋଲିଂ ଉପରେ ସମ୍ପୂର୍ଣ୍ଣ ଭରସା କରି ନାହିଁ । 

ମେଲବର୍ଣ୍ଣ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବ ବୋଲି କ୍ୟୁରେଟର ସ୍ପଷ୍ଟ କରିଛନ୍ତି । ତଥାପି ଭାରତ ୨ ସ୍ପିନର ଫର୍ମୁଲା ଆପଣେଇପାରେ । କାରଣ ଭାରତ ନିୟମିତ ଭାବେ କିଛି ବ୍ୟବହୃତ ପିଚ୍‌ରେ ଅଭ୍ୟାସ କରୁଛି । ଅନ୍ୟପଟରେ ଅଷ୍ଟ୍ରେଲିଆ ଦଳ ସମ୍ପୂର୍ଣ୍ଣ ନୂଆ ପିଚ୍‌ରେ ଅଭ୍ୟାସ ଚଳାଇଛି । ୫ଜଣ ମୁଖ୍ୟ ବୋଲର ନେଇ ଖେଳିଲେ ନୀତିଶ ଏକାଦଶରୁ ବାଦ ପଡ଼ିଯିବେ । 

ରବିନ୍ଦ୍ର ଜାଡ଼େଜା ଓ ୱାସିଂଟନ ସୁନ୍ଦର ସ୍ପିନ ବିଭାଗ ସମ୍ଭାଳିବେ । ଉଭୟଙ୍କ ନିକଟରେ ଅଲ୍‌ରାଉଣ୍ଡ ଦକ୍ଷତା ରହିଛି । ତେଣୁ ନୀତିଶଙ୍କ ଅନୁପସ୍ଥିତି ଅନୁଭବ ହେବ ନାହିଁ । ଅନ୍ୟପଟେ ଫୋକସ୍‌ରେ ପ୍ରାରମ୍ଭିକ ବ୍ୟାଟର ରହିଛନ୍ତି । ମେଲବର୍ଣ୍ଣ ପିଚ୍‌ରେ ଧୈର୍ଯ୍ୟର ସହ ଜମି ରହିଲେ ବଡ଼ ସ୍କୋର ସମ୍ଭବ ହୋଇପାରିବ । ଏଠାରେ ପ୍ରଥମ ଅଧିବେଶନକୁ ସତର୍କତାର ସହ ଖେଳି କ୍ରିଜ୍‌ରେ ଜମିବା ପ୍ରଥମ କାର୍ଯ୍ୟ ହେବ । ବାକି ୨ଟି ଯାକ ଅଧିବେଶନରେ ଦ୍ରୁତ ବେଗରେ ରନ ବାହାରି ପାରିବ । ବିଶେଷ କରି ଯଶସ୍ୱୀ ଜୈସ୍ୱାଲ, ଶୁଭମନ ଗିଲ୍‌ ଓ ବିରାଟ କୋହଲିଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ । 

କୁହାଯାଉଛି କି ପେସ୍‌ ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ । ଅଭ୍ୟାସ ଶିବିରରେ ଘାତକ ସାବ୍ୟସ୍ତ ହୋଇଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଏକାଦଶକୁ ଡ଼ାକରା ମିଳିପାରେ । ମେଲବର୍ଣ୍ଣ ପିଚ୍‌ରେ ଯଥେଷ୍ଟ ସୁଇଂ ହେବାର ସମ୍ଭାବନା ରହିଛି । ଗତ ୩ବର୍ଷ ମଧ୍ୟରେ ମେଲବର୍ଣ୍ଣରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ଗୁଡ଼ିକରେ ପେସ୍‌ ବୋଲରମାନେ ୮୦ଟି ଓ ସ୍ପିନରମାନେ ୧୪ଟି ୱିକେଟ୍‌ ନେଇଛନ୍ତି । ପୁରୁଣା କୋକାବୁରା ବଲ୍‌କୁ ସୁଇଂ ଓ ବାଉନ୍ସ କରାଇବାର କ୍ଷମତା ପ୍ରସିଦ୍ଧଙ୍କ ନିକଟରେ ରହିଛି । ତେଣୁ ତାଙ୍କୁ ତୃତୀୟ ପେସ୍‌ ବୋଲର ଭାବେ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।