ଏପ୍ରିଲ ୨ରୁ ଖଡ଼ିଛୁଆଁ, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କାର୍ଡ ବଣ୍ଟନ କଲେ ସରପଞ୍ଚ, ଶିକ୍ଷାଧିକାରୀ
କର୍ଲାମୁଣ୍ଡା,୨୬ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଖଡ଼ିଛୁଆଁ ପ୍ରବେଶ ଉତ୍ସ ନିମନ୍ତ୍ରଣ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦର ଶାନ୍ତିନଗର ପଡ଼ା, ଡୁକେରମାଲ,ଫଲସାପଡ଼ଠାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାମ ଚନ୍ଦ୍ର ସା ଓ ଗୋପମଣି ସାହୁ,ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ମିଶ୍ର, ଶିକ୍ଷକ ସଞ୍ଜୟ ସେନାପତି, ରିଟନ ନାଗ, ସୁଶୀଲା […] The post ଏପ୍ରିଲ ୨ରୁ ଖଡ଼ିଛୁଆଁ, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କାର୍ଡ ବଣ୍ଟନ କଲେ ସରପଞ୍ଚ, ଶିକ୍ଷାଧିକାରୀ appeared first on Dharitri Odia News.
କର୍ଲାମୁଣ୍ଡା,୨୬ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଖଡ଼ିଛୁଆଁ ପ୍ରବେଶ ଉତ୍ସ ନିମନ୍ତ୍ରଣ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦର ଶାନ୍ତିନଗର ପଡ଼ା, ଡୁକେରମାଲ,ଫଲସାପଡ଼ଠାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାମ ଚନ୍ଦ୍ର ସା ଓ ଗୋପମଣି ସାହୁ,ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ମିଶ୍ର, ଶିକ୍ଷକ ସଞ୍ଜୟ ସେନାପତି, ରିଟନ ନାଗ, ସୁଶୀଲା ରଣା, ଶିକ୍ଷୟିତ୍ରୀ ତୁଲାମତି ସାହୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଶିଶୁ ଓ ଅଭିଭାବିକା/ଅଭିଭାବକଙ୍କ ଘରକୁ ଯାଇ ଆସନ୍ତା ୨ରୁ ୫ ତାରିଖରେ ହେବାକୁ ଥିବା ଖଡ଼ିଛୁଆଁ ପ୍ରବେଶ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କାର୍ଡ ବଣ୍ଟନ କରିଥିଲେ। ଠିକ୍ ସେହିପରି ବୋରପଦର ପଞ୍ଚାୟତ ଭଟାପଲାଠାରେ ସ୍ଥାନୀୟ ସରପଞ୍ଚ ସୁବାସ ସାହୁ, ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସଂଯୋଗ ସାହୁ, ଓ୍ବାର୍ଡମେମ୍ବର ଭାସ୍କର ସାହୁ, ପ୍ରଧାନ ଶିକ୍ଷକ ଜଗମୋହନ ସାହୁ ଓ ଅନ୍ୟମାନେ ଯୋଗ ଦେଇ ଘରକୁ ଘର ଯାଇ ନିମନ୍ତ୍ରଣକାର୍ଡ ବଣ୍ଟନ କରିଥିଲେ।
The post ଏପ୍ରିଲ ୨ରୁ ଖଡ଼ିଛୁଆଁ, ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କାର୍ଡ ବଣ୍ଟନ କଲେ ସରପଞ୍ଚ, ଶିକ୍ଷାଧିକାରୀ appeared first on Dharitri Odia News.