ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ଶ୍ରମିକ ମୃତ, ୫ ଗୁରୁତର

ବଣାଇ: ଦବି ଯାଇଥିବା ରାସ୍ତା ମରାମତି କାମରେ ନିୟୋଜିତ ଥିଲେ । ଆଉ ଏତିକି ବେଳେ ଯମ ହୋଇ ମାଡ଼ି ଆସିଲା ହାଇୱା । ଦେଖୁ ଦେଖୁ ପୂରା ପରିବେଶ ବଦଳିଗଲା, ଅନ୍ଧକାର ଖେଳିଗଲା । ଆଖି ଖୋଲି ଦେଖିଲା ବେଳକୁ ରାସ୍ତା ଉପରେ ପଡ଼ିଥିଲା ତିନି ଶ୍ରମିକଙ୍କ ମୃତ ଦେହ । ଅନ୍ୟ ୫ ଜଣ ଶ୍ରମିକ ବି ଗୁରୁତର ଆହତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକରୁ କୋଇଡାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା।  ରାଜାମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂରରେ ଜାତୀୟ ରାଜପଥ ଉପରେ ଏକ ସ୍ଥାନରେ ରାସ୍ତା ଦବି ଯାଇଥିଲା। ଆରକେଡି ଅଧୀନରେ କାର୍ଯ୍ୟ କରୁଥିବା ସୁପରଭାଇଜର କିଛି ଶ୍ରମିକଙ୍କୁ ନେଇ ଦବି ଯାଇଥିବା ରାସ୍ତାର ମରାମତି କାମ କରୁଥିଲେ। ସୁରକ୍ଷା ପାଇଁ କୌଣସି ବ୍ୟାରିକେଡ଼ ଦେଇ ନଥିବା ବେଳେ କେବଳ ନାମକୁ ମାତ୍ର  ଷ୍ଟପ୍  ଲେଖା ରାସ୍ତା ଉପରେ ରଖି କାର୍ଯ୍ୟ କରୁଥିଲେ । ରାତି ସମୟରେ କାମ ଚାଲୁ ଥିବା ବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ନିୟୋଜିତ ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଏହା ସହିତ ପାଖରେ ଥିବା ଏକ ବୋଲେରୋକୁ ମଧ୍ୟ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ପାଞ୍ଚ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ଶ୍ରମିକ ମୃତ, ୫ ଗୁରୁତର

ବଣାଇ: ଦବି ଯାଇଥିବା ରାସ୍ତା ମରାମତି କାମରେ ନିୟୋଜିତ ଥିଲେ । ଆଉ ଏତିକି ବେଳେ ଯମ ହୋଇ ମାଡ଼ି ଆସିଲା ହାଇୱା । ଦେଖୁ ଦେଖୁ ପୂରା ପରିବେଶ ବଦଳିଗଲା, ଅନ୍ଧକାର ଖେଳିଗଲା । ଆଖି ଖୋଲି ଦେଖିଲା ବେଳକୁ ରାସ୍ତା ଉପରେ ପଡ଼ିଥିଲା ତିନି ଶ୍ରମିକଙ୍କ ମୃତ ଦେହ । ଅନ୍ୟ ୫ ଜଣ ଶ୍ରମିକ ବି ଗୁରୁତର ଆହତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍ ଛକରୁ କୋଇଡାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା। 

 ରାଜାମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂରରେ ଜାତୀୟ ରାଜପଥ ଉପରେ ଏକ ସ୍ଥାନରେ ରାସ୍ତା ଦବି ଯାଇଥିଲା। ଆରକେଡି ଅଧୀନରେ କାର୍ଯ୍ୟ କରୁଥିବା ସୁପରଭାଇଜର କିଛି ଶ୍ରମିକଙ୍କୁ ନେଇ ଦବି ଯାଇଥିବା ରାସ୍ତାର ମରାମତି କାମ କରୁଥିଲେ। ସୁରକ୍ଷା ପାଇଁ କୌଣସି ବ୍ୟାରିକେଡ଼ ଦେଇ ନଥିବା ବେଳେ କେବଳ ନାମକୁ ମାତ୍ର  ଷ୍ଟପ୍  ଲେଖା ରାସ୍ତା ଉପରେ ରଖି କାର୍ଯ୍ୟ କରୁଥିଲେ । ରାତି ସମୟରେ କାମ ଚାଲୁ ଥିବା ବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ନିୟୋଜିତ ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଏହା ସହିତ ପାଖରେ ଥିବା ଏକ ବୋଲେରୋକୁ ମଧ୍ୟ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ପାଞ୍ଚ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଆହତଙ୍କୁ ବଣାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ମୃତ୍ୟୁକମାନେ କେବଲାଙ୍ଗ ଥାନା ଖରିଆ ବାହାଲ ଅଂଚଳର ବୋଲି ଜଣାପଡ଼ିଛି।