ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହେଲା ମହାଯଜ୍ଞର ପୂର୍ଣ୍ଣାହୁତି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଶ୍ରୀ ଧବଳେଶ୍ୱର ଶୈବପୀଠ ପରିସରରେ ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ଏବଂ ବୃଷଭ ପ୍ରତିଷ୍ଠା ନିମନ୍ତେ ବୈଶାଖ ଶୁକ୍ଳ ଦଶମୀ ତିଥି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ବୈଶାଖ ଶୁକ୍ଳ ଦାଦଶୀ ତିଥି ଶୁକ୍ରବାର ପୂର୍ଣ୍ଣାହୁତି ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାସୁଦେବପୁର ଗାଁ ସମେତ ଆଖପାଖ ଗ୍ରାମାଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବରିଷ୍ଠ ପଣ୍ଡିତ ପୀତାମ୍ବର ପାଢ଼ୀ, ଯାଜ୍ଞିକ କୁନା ଖାଡ଼ଙ୍ଗାଙ୍କ ପୌରହିତ୍ୟରେ […] The post ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହେଲା ମହାଯଜ୍ଞର ପୂର୍ଣ୍ଣାହୁତି appeared first on Dharitri Odia News.

ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହେଲା ମହାଯଜ୍ଞର ପୂର୍ଣ୍ଣାହୁତି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଶ୍ରୀ ଧବଳେଶ୍ୱର ଶୈବପୀଠ ପରିସରରେ ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ଏବଂ ବୃଷଭ ପ୍ରତିଷ୍ଠା ନିମନ୍ତେ ବୈଶାଖ ଶୁକ୍ଳ ଦଶମୀ ତିଥି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ବୈଶାଖ ଶୁକ୍ଳ ଦାଦଶୀ ତିଥି ଶୁକ୍ରବାର ପୂର୍ଣ୍ଣାହୁତି ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାସୁଦେବପୁର ଗାଁ ସମେତ ଆଖପାଖ ଗ୍ରାମାଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବରିଷ୍ଠ ପଣ୍ଡିତ ପୀତାମ୍ବର ପାଢ଼ୀ, ଯାଜ୍ଞିକ କୁନା ଖାଡ଼ଙ୍ଗାଙ୍କ ପୌରହିତ୍ୟରେ ଆୟୋଜିତ ଯଜ୍ଞରେ କର୍ତ୍ତା ରୂପେ ବାସୁଦେବପୁର ସରପଞ୍ଚ ଏମ୍‌. ଶ୍ୟାମଘନ, ସହଧର୍ମିଣୀ ଏମ୍‌.ତୁଳସୀ,ପୂର୍ବତନ ସରପଞ୍ଚ ରବି ନାରାୟଣ ପାଢ଼ୀ, ସହଧର୍ମିଣୀ ନମିତା ପାଢ଼ୀ,ଏମ୍‌.ମାଧବ, ସହଧର୍ମିଣୀ ଏମ୍‌. ଡୋଲି ଆମ୍ମା ପ୍ରମୁଖ କର୍ତ୍ତା ରୂପେ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ମହାଯଜ୍ଞ ପରିଚାଳନା କମିଟି ଉପଦେଷ୍ଟା ଦିବ୍ୟସିଂହ ରେଡ୍ଡୀ, ସଭାପତି ଏମ୍‌.ନରସିଂହ,ସମ୍ପାଦକ ପି.ଗଣେଶ,କୋଷାଧ୍ୟକ୍ଷ ବାବୁ ମହାରଣା,ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ, କର୍ମକର୍ତ୍ତା ଏମ୍‌. କ୍ରିଷ୍ଣାମା, ଏମ.ପୂର୍ଣ୍ଣଚନ୍ଦ୍ର,କେ.ସାହେବ,ବି. ଅସନ୍ତୁଲୁ ପ୍ରମୁଖ ଗ୍ରାମବାସୀ ବୃନ୍ଦ ମହାଯଜ୍ଞ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

The post ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହେଲା ମହାଯଜ୍ଞର ପୂର୍ଣ୍ଣାହୁତି appeared first on Dharitri Odia News.