ଆନନ୍ଦପୁର ଉପଖଣ୍ଡରେ ଖଣିଜ ସମ୍ପଦ ଲିଜ୍ ନାଁରେ ୨୨୦୦ କୋଟି ଟଙ୍କା ଲୁଟ୍ !
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରୁ ଗତ ତିନିବର୍ଷ ମଧ୍ୟରେ ଲଘୁ ଖଣିଜ ସମ୍ପଦ ଲିଜ୍ ନାମରେ ୨୨୦୦ କୋଟି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ଆଣିଛି ଆନନ୍ଦପୁର ପ୍ରକୃତି ସୁରକ୍ଷା ମଞ୍ଚ। ଘଷିପୁରା ଠାରେ ଏକ ପ୍ରେସ୍ ମିଟ୍ ଜରିଆରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସମସ୍ତ ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛି ମଞ୍ଚ। ଆନନ୍ଦପୁର ଅଞ୍ଚଳରେ ବାଲି, ପଥର, ମାଙ୍କଡା ପଥର, ମୋରମ ଭଳି ମୋଟ୍ ୧୪୬ ଗୋଟି ଲଘୁ ଖଣିଜ ସମ୍ପଦ ସୈରାତ ରହିଥିବାବେଳେ ସେଥି ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ରହିଛି। ସମସ୍ତ ନିୟମକୁ ଉଲ୍ଲଘଂନ କରି ଏଠାରେ ପରିବହନ ଚାଲିଛିା କେଉଁଠି ସୈରାତ ପାଇଁ ଗତ ଦେଢ ବର୍ଷ ମଧ୍ୟରେ ଗୋଟିଏ ଟ୍ରାଜିଟ୍ ପାସ୍ ଇସ୍ୟୁ ହୋଇଛି ତ ଅନ୍ୟ କେଉଁଠି ୧୧ ଓ ୧୫ ଗୋଟି ଟ୍ରାଜିଟ୍ ପାସ୍ ଇସ୍ୟୁ ହୋଇଛି। ହେଲେ ଏହି ସବୁ ସୈରାତ ଗୁଡ଼ିକରୁ ବର୍ଷ ତମାମ୍ ଦୈନିକ ଶହଶହ ସଂଖ୍ୟାରେ ଲଘୁ ଖଣିଜ ପରିବହନ ହେଉଛି। ସ୍ଥାନୀୟ ପ୍ରଶାସନ, ଖଣି ବିଭାଗ ଓ ପୋଲିସର ସଲାସୁତୁରାରେ ଏଭଳି ଚାଲିଥିବା ଅଭିଯୋଗ କରିଛି ପ୍ରକୃତି ସୁରକ୍ଷା ମଞ୍ଚ। ତୁରନ୍ତ ଏଗୁଡିକର ସାଟେଲାଇଟ୍ ସର୍ଭେ କରି ପଦକ୍ଷେପ ଗ୍ରହଣ ନହେଲେ ଆଗାମୀ ଦିନରେ ମଞ୍ଚ ଗ୍ରୀନ ଟ୍ରାଇବୁନାଲ ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଏହି ପ୍ରେସମିଟ୍ ଜରିଆରେ କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟସେବା ନାଁରେ ଜିଲ୍ଲା ଖଣିଜ ପ୍ରତିଷ୍ଠା ପାଣ୍ଠିକୁ କିଭଳି ହରିଲୁଟ୍ ହୋଇଛି ତାର ଖୁଲାସା କରିଛ
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରୁ ଗତ ତିନିବର୍ଷ ମଧ୍ୟରେ ଲଘୁ ଖଣିଜ ସମ୍ପଦ ଲିଜ୍ ନାମରେ ୨୨୦୦ କୋଟି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ଆଣିଛି ଆନନ୍ଦପୁର ପ୍ରକୃତି ସୁରକ୍ଷା ମଞ୍ଚ। ଘଷିପୁରା ଠାରେ ଏକ ପ୍ରେସ୍ ମିଟ୍ ଜରିଆରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସମସ୍ତ ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛି ମଞ୍ଚ।
ଆନନ୍ଦପୁର ଅଞ୍ଚଳରେ ବାଲି, ପଥର, ମାଙ୍କଡା ପଥର, ମୋରମ ଭଳି ମୋଟ୍ ୧୪୬ ଗୋଟି ଲଘୁ ଖଣିଜ ସମ୍ପଦ ସୈରାତ ରହିଥିବାବେଳେ ସେଥି ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ରହିଛି। ସମସ୍ତ ନିୟମକୁ ଉଲ୍ଲଘଂନ କରି ଏଠାରେ ପରିବହନ ଚାଲିଛିା କେଉଁଠି ସୈରାତ ପାଇଁ ଗତ ଦେଢ ବର୍ଷ ମଧ୍ୟରେ ଗୋଟିଏ ଟ୍ରାଜିଟ୍ ପାସ୍ ଇସ୍ୟୁ ହୋଇଛି ତ ଅନ୍ୟ କେଉଁଠି ୧୧ ଓ ୧୫ ଗୋଟି ଟ୍ରାଜିଟ୍ ପାସ୍ ଇସ୍ୟୁ ହୋଇଛି। ହେଲେ ଏହି ସବୁ ସୈରାତ ଗୁଡ଼ିକରୁ ବର୍ଷ ତମାମ୍ ଦୈନିକ ଶହଶହ ସଂଖ୍ୟାରେ ଲଘୁ ଖଣିଜ ପରିବହନ ହେଉଛି। ସ୍ଥାନୀୟ ପ୍ରଶାସନ, ଖଣି ବିଭାଗ ଓ ପୋଲିସର ସଲାସୁତୁରାରେ ଏଭଳି ଚାଲିଥିବା ଅଭିଯୋଗ କରିଛି ପ୍ରକୃତି ସୁରକ୍ଷା ମଞ୍ଚ। ତୁରନ୍ତ ଏଗୁଡିକର ସାଟେଲାଇଟ୍ ସର୍ଭେ କରି ପଦକ୍ଷେପ ଗ୍ରହଣ ନହେଲେ ଆଗାମୀ ଦିନରେ ମଞ୍ଚ ଗ୍ରୀନ ଟ୍ରାଇବୁନାଲ ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସେହିପରି ଏହି ପ୍ରେସମିଟ୍ ଜରିଆରେ କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟସେବା ନାଁରେ ଜିଲ୍ଲା ଖଣିଜ ପ୍ରତିଷ୍ଠା ପାଣ୍ଠିକୁ କିଭଳି ହରିଲୁଟ୍ ହୋଇଛି ତାର ଖୁଲାସା କରିଛନ୍ତି। ଗତ ୮ ବର୍ଷରେ ଠିକା ଡାକ୍ତର ନିଯୁକ୍ତିଙ୍କ ପାରିତୋଷିକ ଓ ଦରମା ବାବଦରେ ପାଖାପାଖି ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାର ସୁଫଳ କେନ୍ଦୁଝରବାସୀ ପାଇ ନ ଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ।