ଆନନ୍ଦପୁରରେ ବ୍ୟାପୁଛି ମ୍ୟାଲେରିଆ, ଏକାଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି
ଆନନ୍ଦପୁର ୦୪।୦୮ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବ୍ୟାପୁଛି ମ୍ୟାଲେରିଆ । ବୁଢୀକୁଦ ପଞ୍ଚାୟତ ମଣ୍ଡପଡା ଗାଁ ରେ ପ୍ରାୟ ଏକ ମାସ ତଳେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଘରେ ଘରେ ଲୋକଙ୍କ ଠାରେ ମାଲେରିଆ ଜ୍ବର ର ଲକ୍ଷଣ ପ୍ରକାଶ ପାଇଛି । ଆନନ୍ଦପୁର ଡାକ୍ତରଖାନାରେ ୫ଶିଶୁ ଓ ଜଣେ ମହିଳା ଚିକିତ୍ସିତ ହେଉଛନ୍ତି । ତେବେ ମ୍ୟାଲେରିଆ ଖବର ପ୍ରକାଶ ପରେ ଆକ୍ସନକୁ ଆସିଛି ସ୍ୱାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ କ୍ୟାମ୍ପ ଲଗାଇ ଜ୍ବର ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ମ୍ୟାଲେରିଆ ଲକ୍ଷଣ ଥିଲେ ଔଷଧ ଦେଉଛି । ବିଭିନ୍ନ ସ୍ଥାନ ବୁଲି ମଧ୍ୟ ସ୍ଥିତି ନୀରିକ୍ଷଣ ମଧ୍ୟ କରୁଛନ୍ତି ।
ଆନନ୍ଦପୁର ୦୪।୦୮ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବ୍ୟାପୁଛି ମ୍ୟାଲେରିଆ । ବୁଢୀକୁଦ ପଞ୍ଚାୟତ ମଣ୍ଡପଡା ଗାଁ ରେ ପ୍ରାୟ ଏକ ମାସ ତଳେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଘରେ ଘରେ ଲୋକଙ୍କ ଠାରେ ମାଲେରିଆ ଜ୍ବର ର ଲକ୍ଷଣ ପ୍ରକାଶ ପାଇଛି । ଆନନ୍ଦପୁର ଡାକ୍ତରଖାନାରେ ୫ଶିଶୁ ଓ ଜଣେ ମହିଳା ଚିକିତ୍ସିତ ହେଉଛନ୍ତି ।
ତେବେ ମ୍ୟାଲେରିଆ ଖବର ପ୍ରକାଶ ପରେ ଆକ୍ସନକୁ ଆସିଛି ସ୍ୱାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ କ୍ୟାମ୍ପ ଲଗାଇ ଜ୍ବର ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ମ୍ୟାଲେରିଆ ଲକ୍ଷଣ ଥିଲେ ଔଷଧ ଦେଉଛି । ବିଭିନ୍ନ ସ୍ଥାନ ବୁଲି ମଧ୍ୟ ସ୍ଥିତି ନୀରିକ୍ଷଣ ମଧ୍ୟ କରୁଛନ୍ତି ।