ଦିଲ୍ଲୀ ଆୟକର ବିଭାଗ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଣେ ଅଧିକାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଆୟକର ବିଭାଗ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ଦିଲ୍ଲୀ ଦମକଳ ସେବା ଅଧିକାରୀଙ୍କ କହିବା ଅନୁଯାୟୀ, ଦିନ ୩ଟାବେଳେ ଆଇଟିଓ ସ୍ଥିତ ଆୟକର ବିଭାଗ ବିଲ୍ଡିଂରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଏହା ପରେ ୨୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ।ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ମଧ୍ୟ ଅଗ୍ନିକାଣ୍ଡରେ ୪୬ ବର୍ଷୀୟ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଅଫିସ୍ ସୁପରିଟେଣ୍ଡେଣ୍ଟ ଭାବରେ କାମ କରୁଥିଲେ। ଘଟଣା ସ୍ଥଳରେ ଫରେନ୍ସିକ୍ ଟିମ୍ ମଧ୍ୟ ପହଞ୍ଚିଛନ୍ତି। ତେବେ ଏହି ଅଗିକାଣ୍ଡର କାରଣ ଜଣା ପଡ଼ିନାହିଁ। ଦିଲ୍ଲୀ ପୋଲିସ ତରଫରୁ ଏହି ବିଲ୍ଡିଂରୁ ସାତ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଇଛି।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଆୟକର ବିଭାଗ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।
ଦିଲ୍ଲୀ ଦମକଳ ସେବା ଅଧିକାରୀଙ୍କ କହିବା ଅନୁଯାୟୀ, ଦିନ ୩ଟାବେଳେ ଆଇଟିଓ ସ୍ଥିତ ଆୟକର ବିଭାଗ ବିଲ୍ଡିଂରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଏହା ପରେ ୨୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ।

ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ମଧ୍ୟ ଅଗ୍ନିକାଣ୍ଡରେ ୪୬ ବର୍ଷୀୟ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଅଫିସ୍ ସୁପରିଟେଣ୍ଡେଣ୍ଟ ଭାବରେ କାମ କରୁଥିଲେ। ଘଟଣା ସ୍ଥଳରେ ଫରେନ୍ସିକ୍ ଟିମ୍ ମଧ୍ୟ ପହଞ୍ଚିଛନ୍ତି। ତେବେ ଏହି ଅଗିକାଣ୍ଡର କାରଣ ଜଣା ପଡ଼ିନାହିଁ। ଦିଲ୍ଲୀ ପୋଲିସ ତରଫରୁ ଏହି ବିଲ୍ଡିଂରୁ ସାତ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଇଛି।