ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ସମ୍ବଲପୁରରେ ପାଳିତ
ସମ୍ବଲପୁର:ଗୁରୁବାର ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ସମ୍ବଲପୁରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମା ସମଲେଶ୍ୱରୀ ମନ୍ଦିର ପାଖରୁ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଗଣଦୌଡ ଏବଂ ତା’ପରେ ଏକ ରାଲି ତପସ୍ପିନୀ ପ୍ରେଖ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରହିବା ଓ ସଚେତନ ହେବା ପାଇଁ ଆହ୍ୱାନ […] The post ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ସମ୍ବଲପୁରରେ ପାଳିତ appeared first on Odisha.News.
ସମ୍ବଲପୁର:ଗୁରୁବାର ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ସମ୍ବଲପୁରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମା ସମଲେଶ୍ୱରୀ ମନ୍ଦିର ପାଖରୁ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଗଣଦୌଡ ଏବଂ ତା’ପରେ ଏକ ରାଲି ତପସ୍ପିନୀ ପ୍ରେଖ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରହିବା ଓ ସଚେତନ ହେବା ପାଇଁ ଆହ୍ୱାନ ଜଣାଇଛନ୍ତି। ସମାଜର ସମସ୍ତ ସ୍ତରରେ ଏହି ଅଭିଯାନକୁ ଶକ୍ତି ଦେବା ପାଇଁ ପ୍ରଶାସନ, ପୋଲିସ, ସ୍ଵେଚ୍ଛାସେବୀ ଓ ଧାର୍ମିକ ଅନୁଷ୍ଠାନ, ଗଣମାଧ୍ୟମ ଓ ବୁଦ୍ଧିଜୀବି ମାନଙ୍କ ସହଯୋଗ ଆବଶ୍ୟକ ବୋଲି ସେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀ ଜିତେନ୍ଦ୍ର ହରିପାଲ, ବିଧାୟକଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁ, ପୂର୍ବତନ ଉପକୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ପାଢି,ବରିଷ୍ଠ ଓକିଲ ଆର୍ତତ୍ରାଣ ମିଶ୍ର , ଅବକାରୀ ଅଧିକ୍ଷକ ଅଶୋକ ସେଠ, ବ୍ରହ୍ମାକୁମାରୀ ପ୍ରଭାତୀ ଦିଦି, ଡିଏସଏସଓ ଚେତାବନୀ ବଡାଇକ,ଡା. ଦୁଲାଲ ଦୋରେନ, ଏବଂ ଡା.ପ୍ରମୋଦ ବିଶ୍ୱାଳ ପ୍ରମୁଖ ଗଣମାନ୍ୟ ବ୍ୟକ୍ତି ଯୋଗଦେଇ ନିଶା ର କୁପରିମାଣ ଦିଗରେ ବୁଝାଇ ଥିଲେ।
The post ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ସମ୍ବଲପୁରରେ ପାଳିତ appeared first on Odisha.News.