ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ।

କଳାହାଣ୍ଡି:୦୬/୦୪ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ରୁ ସୁପାଡ଼ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ର ଏକ ପରିତ୍ୟକ୍ତ ରାଇସ ମିଲ ରେ ଘୁଡୁଘୁଡି ପଟି ଜୁଆ ଖେଳ ଶୁକ୍ରବାର ବିଳମ୍ବିତ ରାତିରେ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇବା ପରେ କୋକସରା ପୁଲିସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରିଥିଲେ, ତେବେ ଏହି ସମୟରେ ଜୁଆ ଖେଳୁଥିବା ଲୋକେ ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ […] The post ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ। appeared first on Odisha.News.

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ।

କଳାହାଣ୍ଡି:୦୬/୦୪
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ରୁ ସୁପାଡ଼ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ର ଏକ ପରିତ୍ୟକ୍ତ ରାଇସ ମିଲ ରେ ଘୁଡୁଘୁଡି ପଟି ଜୁଆ ଖେଳ ଶୁକ୍ରବାର ବିଳମ୍ବିତ ରାତିରେ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇବା ପରେ କୋକସରା ପୁଲିସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରିଥିଲେ, ତେବେ ଏହି ସମୟରେ ଜୁଆ ଖେଳୁଥିବା ଲୋକେ ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ପକ୍ଷରୁ ଘୁଡୁଘୁଡି ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ସହ ୧୫ ବାଇକ ଓ ନଗଦ ୩୩ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଜବତ ହୋଇଥିବା ୧୫ ବାଇକ କୁ ପୁଲିସ ଟ୍ରାକ୍ଟର ରେ ଥାନା କୁ ଆଣି ଅଟକ ରଖିଛି। ଓ ରାତି ରେ ୯ ଜଣ ଙ୍କୁ ଅଟକ ରଖି ପରେ ଥାନା ବେଳ ବଣ୍ଡ ରେ ଛଡା ଯାଇଥିବା ସୂଚନା ମିଳିଛି। ଏନେଇ କୋକସରା ଥାନା ତଦନ୍ତକାରୀ ପୁଲିସ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ସୂଚନା ମିଳିବା ପରେ ଶୁକ୍ରବାର ରାତିରେ ଚଢ଼ାଉ ହୋଇଥିଲା । ୧୫ ବାଇକ ସହ ୩୩ ହଜାର ଟଙ୍କା ଓ ଘୁଡୁଘୁଡି ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏ ସଂକ୍ରାନ୍ତରେ କୋକସରା ଥାନା କେଶ ନମ୍ବର ୮୩/୨୪ ଓ (୩) ଓପିଜି ଧାରା ରେ କେଶ ପଞ୍ଜିକୃତ ହୋଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି।

The post ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ। appeared first on Odisha.News.