ଆନ୍ତର୍ଜାତୀୟ କୋର୍ଟର ବଡ଼ ନିଷ୍ପତ୍ତି, ଏକ ମାସ ମଧ୍ୟରେ ଗାଜାରେ ନରସଂହାର ରୋକିବାକୁ ଇସ୍ରାଏଲକୁ ଆଦେଶ
ନୂଆଦିଲ୍ଲୀ,୨୬।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ କୋର୍ଟ(ଆଇସିଜେ) ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ୍ରେ ଆକ୍ରମଣରେ ହୋଇଥିବା ମୃତ୍ୟୁ ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ହିସାବ ଦେବାକୁ ତଥା ନରସଂହାର ରୋକିବାକୁ ଆନ୍ତର୍ଜାତୀୟ କୋର୍ଟ ଇସ୍ରାଏଲକୁ କହିଛନ୍ତି। କୋର୍ଟ ଏହାର ଆଦେଶରେ କହିଛନ୍ତି ଯେ ଇସ୍ରାଏଲ ନିଶ୍ଚିତ କରିବା ଉଚିତ୍ ଯେ ଏହାର ସେନା ଗାଜାରେ ନରସଂହାର ନ କରି ସେଠାରେ ମାନବିକ ସ୍ଥିତିରେ ସୁଧାର ଆଣିବା ପାଇଁ ସଂଶୋଧନ ପଦକ୍ଷେପ […] The post ଆନ୍ତର୍ଜାତୀୟ କୋର୍ଟର ବଡ଼ ନିଷ୍ପତ୍ତି, ଏକ ମାସ ମଧ୍ୟରେ ଗାଜାରେ ନରସଂହାର ରୋକିବାକୁ ଇସ୍ରାଏଲକୁ ଆଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ କୋର୍ଟ(ଆଇସିଜେ) ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଗାଜା ଷ୍ଟ୍ରିପ୍ରେ ଆକ୍ରମଣରେ ହୋଇଥିବା ମୃତ୍ୟୁ ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ହିସାବ ଦେବାକୁ ତଥା ନରସଂହାର ରୋକିବାକୁ ଆନ୍ତର୍ଜାତୀୟ କୋର୍ଟ ଇସ୍ରାଏଲକୁ କହିଛନ୍ତି।
କୋର୍ଟ ଏହାର ଆଦେଶରେ କହିଛନ୍ତି ଯେ ଇସ୍ରାଏଲ ନିଶ୍ଚିତ କରିବା ଉଚିତ୍ ଯେ ଏହାର ସେନା ଗାଜାରେ ନରସଂହାର ନ କରି ସେଠାରେ ମାନବିକ ସ୍ଥିତିରେ ସୁଧାର ଆଣିବା ପାଇଁ ସଂଶୋଧନ ପଦକ୍ଷେପ ଗ୍ରହଣ କରୁ। ଏହା ସହିତ କୋର୍ଟ ଏକ ମାସ ମଧ୍ୟରେ ଇସ୍ରାଏଲକୁ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ଇସ୍ରାଏଲ ଗାଜାରେ ନରସଂହାର କରୁଥିବା ନେଇ ଦକ୍ଷିଣ ଆଫ୍ରିକା ମିଳିତ ଜାତିସଂଘର ସର୍ବୋଚ୍ଚ କୋର୍ଟ ଦ୍ୱାରସ୍ତ ହୋଇଥିଲା। ଏହି ମାମଲାର ଶୁଣାଣୀ କରି କୋର୍ଟ ଏହି ଆଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦକ୍ଷିଣ ଆଫ୍ରିକା କୋର୍ଟଙ୍କ ପାଖରେ ଅନୁରୋଧ କରଥିଲା ଯେ, ଯେତେ ଶୀଘ୍ର ସମ୍ଭବ ଇସ୍ରାଏଲ ଏହାର ସୈନ୍ୟ ଅଭିଯାନ ବନ୍ଦ କରୁ।
The post ଆନ୍ତର୍ଜାତୀୟ କୋର୍ଟର ବଡ଼ ନିଷ୍ପତ୍ତି, ଏକ ମାସ ମଧ୍ୟରେ ଗାଜାରେ ନରସଂହାର ରୋକିବାକୁ ଇସ୍ରାଏଲକୁ ଆଦେଶ appeared first on Dharitri Odia News.