ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ ନୂଆ ସହକାରୀ କୋଚ୍‌ ହୋଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପିଣ୍ଟୋ ନିଜ ଦାୟିତ୍ୱରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଭବିଷ୍ୟତ ପାଇଁ କ୍ଲବ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଭାରତୀୟ ଫୁଟ୍‌ବଲରେ ଜଣେ ସମ୍ମାନସ୍ପଦ ଚେହେରା ଆନ୍ଥୋନୀଙ୍କର ଅନେକ ଅଭିଜ୍ଞତା ରହିଛି। ସଫଳ ଖେଳ ଜୀବନ ପରେ ସେ କୋଚିଂକୁ […] The post ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌ appeared first on Dharitri Odia News.

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ ନୂଆ ସହକାରୀ କୋଚ୍‌ ହୋଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପିଣ୍ଟୋ ନିଜ ଦାୟିତ୍ୱରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଭବିଷ୍ୟତ ପାଇଁ କ୍ଲବ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଭାରତୀୟ ଫୁଟ୍‌ବଲରେ ଜଣେ ସମ୍ମାନସ୍ପଦ ଚେହେରା ଆନ୍ଥୋନୀଙ୍କର ଅନେକ ଅଭିଜ୍ଞତା ରହିଛି। ସଫଳ ଖେଳ ଜୀବନ ପରେ ସେ କୋଚିଂକୁ ଆପଣେଇ ନେଇଥିଲେ। ଜଣେ ଖେଳାଳି ଭାବେ ସେ ଅନେକ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହା ବ୍ୟତୀତ ଏୟାର ଇଣ୍ଡିଆ ଏଫ୍‌ସିର ଅନ୍ତରୀଣ କୋଚ୍‌ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ମୁମ୍ବାଇ ସିଟି ଏଫ୍‌ସିର ସହକାରୀ କୋଚ୍‌ ଏବଂ ଏହାର ୟୁଥ୍‌ ସେଟ୍‌ଅପ୍‌ରେ ସାମିଲ ହୋଇଥିବାରୁ ଆନ୍ଥୋନୀଙ୍କର କୋଚିଂ ଅଭିଜ୍ଞତା ପରିପକ୍ୱ ହୋଇଛି। ଚତୁର ବୁଦ୍ଧିମତ୍ତା, ଖେଳାଳିଙ୍କୁ ମୋଟିଭେଟ୍‌ କରିବାର କ୍ଷମତା ଏବଂ ଯୁବ ଖେଳାଳିଙ୍କୁ ବିକଶିତ କରିବାର ଅଭିଜ୍ଞତା ନିକଟ ଅତୀତରେ ମୁମ୍ବାଇ ଦଳ ସଫଳତାର ଅନ୍ୟତମ କାରଣ। ଆନ୍ଥୋନୀଙ୍କ ନିଯୁକ୍ତିରେ ଖୁସିପ୍ରକାଶ କରିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ”ମୁମ୍ବାଇ ସିଟିରେ ତାଙ୍କ ସହ କାର୍ଯ୍ୟ କରିଥିବାରୁ ମୁଁ ଭାଗ୍ୟବାନ। ଆମେ ମିଶି ସଫଳତା ପାଇଥିଲୁ। ଜଣେ ପେସାଦାର ଏବଂ ଭଲ ବ୍ୟକ୍ତିଙ୍କ ସହିତ ମୁଁ ପୁଣିଥରେ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି“ ବୋଲି ଲୋବେରା କହିଛନ୍ତି। ସେହିପରି ”ମୁଁ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିବାରୁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶା ଏକ ଉଚ୍ଚାଭିଳାଷୀ କ୍ଲବ। ଟାଇଟଲ ପାଇଁ ଲଢ଼େଇ ଏବଂ ଦଳର ପ୍ରଗତିରୁ ଏହା ସ୍ପଷ୍ଟ। ସର୍ଗିଓଙ୍କ ସହ ପୁଣିଥରେ କାମ କରିବା ଉପରେ ମୁଁ ଫୋକସ କରୁଛି। ତାଙ୍କ ସହ ପୂର୍ବରୁ ମୁଁ ସଫଳତାକୁ ଉପଭୋଗ କରିଛି। ଓଡ଼ିଶା ଏଫ୍‌ସିକୁ ନୂଆ ସୋପାନକୁ ନେଇ ଯିବାକୁ ମୁଁ ଯଥାସାଧ୍ୟ ଉଦ୍ୟମ କରିବି“ ବୋଲି କୋଚ୍‌ ଆନ୍ଥୋନୀ ପ୍ରକାଶ କରିଛନ୍ତି।

The post ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌ appeared first on Dharitri Odia News.