ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ, ଜୋଡ଼ାମ୍ବ ପଞ୍ଚାୟତ ଅଞ୍ଚଳରେ ଭୋଟରମାନେ ପୂର୍ବରୁ ମାଓବାଦୀଙ୍କ ଭୟରେ ଭୋଟ୍ ଦାନ କେନ୍ଦ୍ରକୁ ଆସୁ ନ ଥିଲେ ବିଚ୍ଛିନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହେବା ପରେ ଏହି ଦୁଇଟି ବୁଥ୍କୁ ପୋଲିଂ ପାର୍ଟି ଦୀର୍ଘ ୪୦ଟି ଲଞ୍ଚରେ ଯାଇ ସେଠାରେ ଭୋଟ୍ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ଆଜି ସେହି ଅଞ୍ଚଳର ଭୋଟରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ […] The post ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼ appeared first on Dharitri Odia News.
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ, ଜୋଡ଼ାମ୍ବ ପଞ୍ଚାୟତ ଅଞ୍ଚଳରେ ଭୋଟରମାନେ ପୂର୍ବରୁ ମାଓବାଦୀଙ୍କ ଭୟରେ ଭୋଟ୍ ଦାନ କେନ୍ଦ୍ରକୁ ଆସୁ ନ ଥିଲେ ବିଚ୍ଛିନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହେବା ପରେ ଏହି ଦୁଇଟି ବୁଥ୍କୁ ପୋଲିଂ ପାର୍ଟି ଦୀର୍ଘ ୪୦ଟି ଲଞ୍ଚରେ ଯାଇ ସେଠାରେ ଭୋଟ୍ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ଆଜି ସେହି ଅଞ୍ଚଳର ଭୋଟରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଉଭୟ ବୁଥ୍ରେ ମତଦାତାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କଡ଼ା ସୁରକ୍ଷାବଳରେ ମତଦାତାମାନେ ନିର୍ଭୟରେ ମତଦାନ କରୁଥିବା ମାଲକାନଗିରି ଏସ୍ପି ନୀତିଶ ଓ୍ବାଧ୍ୱନି ସୂଚନା ପ୍ରଦାନ କରିଛନ୍ତି।
The post ପ୍ରଥମଥର ମାଓବାଦୀ ପ୍ରବଣ ଅଞ୍ଚଳରେ ମତଦାନ ପାଇଁ ପ୍ରବଳ ଭିଡ଼ appeared first on Dharitri Odia News.