ଆନ୍ଦୋଳନ ସ୍ଥଳକୁ କଣ ପାଇଁ ଯାଉଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ?
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଗଣ୍ଡଗୋଳ ଘଟଣାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ। ଗଣ୍ଡଗୋଳ କରିଥିବା ବିଜେପି... The post ଆନ୍ଦୋଳନ ସ୍ଥଳକୁ କଣ ପାଇଁ ଯାଉଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ? appeared first on .
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଗଣ୍ଡଗୋଳ ଘଟଣାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ। ଗଣ୍ଡଗୋଳ କରିଥିବା ବିଜେପି କର୍ମୀଙ୍କୁ ଛାଡ଼ି ବିଜେଡି କର୍ମୀଙ୍କୁ ଗିରଫ କରୁଛି ପୋଲିସ। ପୋଲିସ ସାଜିଛି ଶାସକ ଦଳର ହାତବାରିସି। ଏଭଳି ଅଭିଯୋଗ ନେଇ ପୋଲିସ ଡିଜିଙ୍କୁ ଫେରାଦ ହୋଇଛି ବିଜେଡି। ମନ୍ଥର ଗତିରେ ଚାଲିଥିବା ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବିରେ ଯାଜପୁରରେ କିଛି ଲୋକ ଧାରଣା ଦେଇଥିଲେ। କିନ୍ତୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କଣ ପାଇଁ ଏହି ଆନ୍ଦୋଳନ ସ୍ଥଳକୁ ଯାଇଥିଲେ। ବିଧାୟକଙ୍କ ସାଙ୍ଗରେ କିଛି ଲୋକ ଠେଙ୍ଗା ବାଡି ନେଇ ଯାଜପୁରରେ ଗଣ୍ଡଗୋଳ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଗିରଫ ନକରି ୧୯ ଜଣ ବିଜେଡି କର୍ମୀଙ୍କୁ ବେଆଇନ ଭାବେ ଗିରଫ କଲା। ଯାହାକୁ ନିନ୍ଦା କରିଛି ବିଜେଡି। ଯଦି ଦମ ଅଛି ତେବେ ଠେଙ୍ଗା ନେଇ ଯାଇଥିବା ବିଧାୟକଙ୍କ ସମର୍ଥକଙ୍କୁ ପୋଲିସ ଗିରଫ କରୁ ବୋଲି ପ୍ରଶ୍ନ କରିଛି ବିଜେଡି। ହେଲେ ସରକାରଙ୍କ ଚାପରେ ପୋଲିସ ପୂରା ଚେପା ବୋଲି କହିଛି ଦଳ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ବିଗୁଡୁ ଥିବା ବେଳେ, ପୋଲିସର ଦମନଲୀଳା ଚାଲିଛି। ଗତ ୫ ମାସରେ ୧୨୫୬ ଜଣ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି। ଛିନ୍ତାଇରେ ଭୁବନେଶ୍ୱର ଓ ଡକାୟତିରେ ସମ୍ବଲପୁର ଏକ ନମ୍ବର ବୋଲି କହି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି।
The post ଆନ୍ଦୋଳନ ସ୍ଥଳକୁ କଣ ପାଇଁ ଯାଉଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ? appeared first on .