ଆନ୍ଧ୍ର ଉପକୂଳରେ ସୃଷ୍ଟି ହେଲା ଗୁରୁଚାପ, ୭ରୁ ବଢ଼ିବ ତାତି
ଭୁବନେଶ୍ୱର,୨୮ା୨: ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ତେବେ ରାତ୍ରି ଆରାମଦାୟକ ରହିବ। ମାତ୍ର ମାର୍ଚ୍ଚ ୭ ତାରିଖରୁ ପାରଦ ଆହୁରି […] The post ଆନ୍ଧ୍ର ଉପକୂଳରେ ସୃଷ୍ଟି ହେଲା ଗୁରୁଚାପ, ୭ରୁ ବଢ଼ିବ ତାତି appeared first on Dharitri Odia News.
ଭୁବନେଶ୍ୱର,୨୮ା୨: ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି। ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢ଼ିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ତେବେ ରାତ୍ରି ଆରାମଦାୟକ ରହିବ। ମାତ୍ର ମାର୍ଚ୍ଚ ୭ ତାରିଖରୁ ପାରଦ ଆହୁରି ଉପରମୁହାଁ ହେବ। ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀକୁ ଛୁଇଁବ।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ବୁଧବାର ରାଜ୍ୟରେ ମାଲକାନଗିରିଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ଥିବାବେଳେ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ରହିଛି। ତେବେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ତଳେ ରହୁଛି।
The post ଆନ୍ଧ୍ର ଉପକୂଳରେ ସୃଷ୍ଟି ହେଲା ଗୁରୁଚାପ, ୭ରୁ ବଢ଼ିବ ତାତି appeared first on Dharitri Odia News.