ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ, ୧୪ ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ୱର ୧୬।୦୩ : ଶେଷ ହେଲା ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୪ଟି ପ୍ରସ୍ତାବରେ ଲାଗିଛି ମୋହର । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଥିଲା ଶେଷ କ୍ୟାବିନେଟ୍ ବୈଠକ । ଖବର ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୭ଟି ବିଭାଗ ୧୪ ପ୍ରସ୍ତାବ ଉପରେ ମୋହର ବାଜିଛି। ତେବେ କ୍ୟାବିନେଟ୍ ମୋହର ବାଜିଥିବା ପ୍ରସ୍ତାବ ମଧ୍ୟରେ ଶକ୍ତି ବିଭାଗ, ମତ୍ସ ଓ ପଶୁ ସମ୍ପଦ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଏବଂ ସୂଚନା ଓ ଲୋକସଂପର୍କ, ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତାବ ରହିଛି ।
ଭୁବନେଶ୍ୱର ୧୬।୦୩ : ଶେଷ ହେଲା ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୪ଟି ପ୍ରସ୍ତାବରେ ଲାଗିଛି ମୋହର । ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଥିଲା ଶେଷ କ୍ୟାବିନେଟ୍ ବୈଠକ ।
ଖବର ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୭ଟି ବିଭାଗ ୧୪ ପ୍ରସ୍ତାବ ଉପରେ ମୋହର ବାଜିଛି। ତେବେ କ୍ୟାବିନେଟ୍ ମୋହର ବାଜିଥିବା ପ୍ରସ୍ତାବ ମଧ୍ୟରେ ଶକ୍ତି ବିଭାଗ, ମତ୍ସ ଓ ପଶୁ ସମ୍ପଦ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଏବଂ ସୂଚନା ଓ ଲୋକସଂପର୍କ, ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତାବ ରହିଛି ।