କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା
ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ ଭାଜପା ନେତା ସୁଧାଂଶୁ ତ୍ରିବେଦୀ ଏବଂ ଅପର୍ନା ଯାଦବ ମଧ୍ୟ ଥିବା ଚର୍ଚ୍ଚା ହେଉଛି। ତେବେ ଏଯାବତ ଭାଜପା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ସୂଚନାନୁଯାୟୀ, ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇଙ୍କ ଆବାସରେ ଭାଜପାର […] The post କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ ଭାଜପା ନେତା ସୁଧାଂଶୁ ତ୍ରିବେଦୀ ଏବଂ ଅପର୍ନା ଯାଦବ ମଧ୍ୟ ଥିବା ଚର୍ଚ୍ଚା ହେଉଛି। ତେବେ ଏଯାବତ ଭାଜପା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାନୁଯାୟୀ, ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇଙ୍କ ଆବାସରେ ଭାଜପାର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଜପା କାହାକୁ ରାଜ୍ୟ ସଭା ଟିକେଟ ଦେବ ସେନେଇ ଆଲୋଚନା କରାଯାଇଥିଲା।
ପୂର୍ବରୁ କୁମାର ବିଶ୍ୱାସ ଗାଜିଆବାଦରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ଏଣୁ ସେ ରାଜ୍ୟ ସଭା ଯିବେ ନା ଲୋକ ସଭା ନିର୍ବାଚନ ଲଢ଼ିବେ ସେନେଇ କି ନିର୍ଣ୍ଣୟ ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।
The post କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା appeared first on Dharitri Odia News.