ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ତାଣ୍ଡବ, ୧୧୦ ଗାଁ ଜଳବନ୍ଦୀ, ୯୯ ଟ୍ରେନ ବାତିଲ
ହାଇଦ୍ରାବାଦ : ତେଲେଙ୍ଗାନାରେ ହାଇଦ୍ରାବାଦ ସହିତ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ପର୍କିତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ପାଣିରେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଗତ ୨୪ ଘଣ୍ଟା ଧରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜାରି ରହିଥିବା ବର୍ଷା ଯୋଗୁ କାଜିପେଟରୁ ବିଜୟୱାଡା ସେକ୍ସନରେ ବନ୍ୟା ଆସିଛି। ଫଳରେ ୫ଟି ଟ୍ରେନ ଫଶି ରହିଥିବା ବେଳେ ଅଧିକାରୀମାନେ ୧୫ଟି ଟ୍ରେନକୁ ପରିବର୍ତ୍ତିତ ମାର୍ଗରେ ଚଳାଇଛନ୍ତି। ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ମନ୍ତ୍ରୀ, ଅଧିକାରୀ ଓ ନିର୍ବାଚିତ ସଦସ୍ୟଙ୍କ ସହିତ ପରିସ୍ଥିତିର ଜରୁରିକାଳୀନ ସମୀକ୍ଷା କରିଛନ୍ତି। ମେହବୁବାବାଦ ଓ ଖମ୍ମମ ଜିଲ୍ଲାରେ ରବିବାର ବର୍ଷା ସମ୍ପର୍କିତ ପୃଥକ ପୃଥକ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଭାସିଯାଇଥିବା ଆଶଙ୍କା କରାଯାଉଛି। ଦକ୍ଷିଣ-ମଧ୍ୟ ରେଳବାଇ (ଏସସିଆର)ଙ୍କ ଜନୈକ ଅଧିକାରୀ ବର୍ଷା ଓ ଅନେକ ସ୍ଥାନରେ ଧାରଣା ପାଣିରେ ବୁଡି ରହିବା ଯୋଗୁ ୯୯ଟି ଟ୍ରେନ ବାତିଲ କରାଯାଇଥିବା ବେଲେ ୪ ଟ୍ରେନ ଆଂଶିକ ରଦ୍ଦ ଓ ୫୪ ଟ୍ରେନ ମାର୍ଗରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି। ପାଣିପାଗ ବିଭାଗ ରବିବାର କହିଛନ୍ତି ଯେ ସୋମବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ତେଲେଙ୍ଗାନାର ଆଦିଲାବାଦ, ନିଜାମାବାଦ, ରାଜନ୍ନା, ସିରିସିଲା, ୟାଦାଦ୍ରୀ ଭୁବନଗିରି, ଭିକାରୀବାଦ, ସଙ୍ଗାରେଡ୍ଡୀ, କାମାରେ
ହାଇଦ୍ରାବାଦ : ତେଲେଙ୍ଗାନାରେ ହାଇଦ୍ରାବାଦ ସହିତ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ପର୍କିତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ପାଣିରେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଗତ ୨୪ ଘଣ୍ଟା ଧରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜାରି ରହିଥିବା ବର୍ଷା ଯୋଗୁ କାଜିପେଟରୁ ବିଜୟୱାଡା ସେକ୍ସନରେ ବନ୍ୟା ଆସିଛି। ଫଳରେ ୫ଟି ଟ୍ରେନ ଫଶି ରହିଥିବା ବେଳେ ଅଧିକାରୀମାନେ ୧୫ଟି ଟ୍ରେନକୁ ପରିବର୍ତ୍ତିତ ମାର୍ଗରେ ଚଳାଇଛନ୍ତି।
ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ମନ୍ତ୍ରୀ, ଅଧିକାରୀ ଓ ନିର୍ବାଚିତ ସଦସ୍ୟଙ୍କ ସହିତ ପରିସ୍ଥିତିର ଜରୁରିକାଳୀନ ସମୀକ୍ଷା କରିଛନ୍ତି। ମେହବୁବାବାଦ ଓ ଖମ୍ମମ ଜିଲ୍ଲାରେ ରବିବାର ବର୍ଷା ସମ୍ପର୍କିତ ପୃଥକ ପୃଥକ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଭାସିଯାଇଥିବା ଆଶଙ୍କା କରାଯାଉଛି। ଦକ୍ଷିଣ-ମଧ୍ୟ ରେଳବାଇ (ଏସସିଆର)ଙ୍କ ଜନୈକ ଅଧିକାରୀ ବର୍ଷା ଓ ଅନେକ ସ୍ଥାନରେ ଧାରଣା ପାଣିରେ ବୁଡି ରହିବା ଯୋଗୁ ୯୯ଟି ଟ୍ରେନ ବାତିଲ କରାଯାଇଥିବା ବେଲେ ୪ ଟ୍ରେନ ଆଂଶିକ ରଦ୍ଦ ଓ ୫୪ ଟ୍ରେନ ମାର୍ଗରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି।
ପାଣିପାଗ ବିଭାଗ ରବିବାର କହିଛନ୍ତି ଯେ ସୋମବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ତେଲେଙ୍ଗାନାର ଆଦିଲାବାଦ, ନିଜାମାବାଦ, ରାଜନ୍ନା, ସିରିସିଲା, ୟାଦାଦ୍ରୀ ଭୁବନଗିରି, ଭିକାରୀବାଦ, ସଙ୍ଗାରେଡ୍ଡୀ, କାମାରେଡ୍ଡୀ ଓ ମେହବୁବାନଗର ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ଭୀଷଣରୁ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ରେଡ ଆଲର୍ଟ ଜାରି କରାଯାଇଛି।