ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଗଲେ ସମ୍ପର୍କୀୟ
ଝରିଗାଁ,୯।୧(କିଶୋର ଚନ୍ଦ୍ର ମଣ୍ଡଳ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଭଦ୍ରାଚଳମ୍ର ମିଳିଆଲଗୁଡାରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ବଳି ଜାନୀ(୫୫)। ମୃତକଙ୍କ ସମ୍ପର୍କୀୟ ଭାଇ ଡମ୍ବରୁଧର ଜାନୀଙ୍କ ସୂଚନା ଅନୁଯାୟୀ, ୨୦ ଦିନ ତଳେ ବଳି ଚିକିଲି ଗ୍ରାମର ସାଦେ ଜାନୀ ଓ ପାକୁଲୁ ଜାନୀଙ୍କ ସହ ମିଳିଆଲଗୁଡ଼ା ଗ୍ରାମକୁ ଇଟା ଭାଟିରେ କାମ କରିବା […] The post ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଗଲେ ସମ୍ପର୍କୀୟ appeared first on Dharitri Odia News.
ଝରିଗାଁ,୯।୧(କିଶୋର ଚନ୍ଦ୍ର ମଣ୍ଡଳ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଭଦ୍ରାଚଳମ୍ର ମିଳିଆଲଗୁଡାରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ବଳି ଜାନୀ(୫୫)।
ମୃତକଙ୍କ ସମ୍ପର୍କୀୟ ଭାଇ ଡମ୍ବରୁଧର ଜାନୀଙ୍କ ସୂଚନା ଅନୁଯାୟୀ, ୨୦ ଦିନ ତଳେ ବଳି ଚିକିଲି ଗ୍ରାମର ସାଦେ ଜାନୀ ଓ ପାକୁଲୁ ଜାନୀଙ୍କ ସହ ମିଳିଆଲଗୁଡ଼ା ଗ୍ରାମକୁ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ। ହେଲେ କାର୍ ଦୁର୍ଘଟଣାରେ ବଳି ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ କାର୍ ଚାଳକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ସମ୍ପର୍କୀୟ ଇଟା ଭାଟି ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ପରେ ମାଟି ମାଲିକ ୨୦ ହଜାର ଟଙ୍କା ଦେବାପରେ ଡମ୍ବରୁଧର ଜାନୀ, ଫୁଲଧର ଜାନୀ, ମୋନଧର ଜାନୀ ପ୍ରମୁଖ ମୃତଦେହ ଆଣିବାକୁ ଭଦ୍ରାଚଳମ୍ ଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ ଗତବର୍ଷ ବଳି ଜାନୀଙ୍କ ସ୍ତ୍ରୀ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି। ସମ୍ପର୍କୀୟ ଭାଇମାନେ ଚିକିଲି ଗ୍ରାମରେ ରହୁଛନ୍ତି। ଖବର ପ୍ରଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି।
The post ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଗଲେ ସମ୍ପର୍କୀୟ appeared first on Dharitri Odia News.