ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍‌ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ରିସର୍ଚ୍ଚ ସର୍ଭିସ୍‌ କମ୍ପାନୀ ‘ମେଡ୍‌ଜେନୋମ୍‌’ ନିକଟରେ ଅଧିଗ୍ରହଣ କରିଛି। ଏ ନେଇ ମଧ୍ୟ ମେଡ୍‌ଜେନୋମ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୭ରେ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସ ଭୁବନେଶ୍ୱରର ଶହୀଦନଗରଠାରେ ସ୍ଥାପିତ ହୋଇଥିଲାବେଳେ ଏନ୍‌ଏବିଏଲ୍‌ ଓ ଏନ୍‌ଏବିଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଏକ ଫ୍ଲାଗ୍‌ଶିପ ଲାବରେଟୋରି ସମେତ ରାଜ୍ୟରେ ମୋଟ ୭ଟି […] The post ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌ appeared first on Dharitri Odia News.

ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍‌ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ରିସର୍ଚ୍ଚ ସର୍ଭିସ୍‌ କମ୍ପାନୀ ‘ମେଡ୍‌ଜେନୋମ୍‌’ ନିକଟରେ ଅଧିଗ୍ରହଣ କରିଛି। ଏ ନେଇ ମଧ୍ୟ ମେଡ୍‌ଜେନୋମ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସ ଭୁବନେଶ୍ୱରର ଶହୀଦନଗରଠାରେ ସ୍ଥାପିତ ହୋଇଥିଲାବେଳେ ଏନ୍‌ଏବିଏଲ୍‌ ଓ ଏନ୍‌ଏବିଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଏକ ଫ୍ଲାଗ୍‌ଶିପ ଲାବରେଟୋରି ସମେତ ରାଜ୍ୟରେ ମୋଟ ୭ଟି ଡାଇଗ୍ନୋଷ୍ଟିକ ଓ ୬୦ଟି କଲେକ୍ସନ ସେଣ୍ଟର ସହ ଓଡ଼ିଶାର ଏକ ମଜଭୁତ ଆଞ୍ଚଳିକ ଉପସ୍ଥିତି ପ୍ରତିଷ୍ଠା କରିଛି।
ଏ ସମ୍ପର୍କରେ ମେଡ୍‌ଜେନୋମ୍‌ର ସିଇଓ ଡା.ବେଦମ୍‌ ରାମପ୍ରସାଦ କହିଛନ୍ତି, ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଅଂଶଧନ ଅଧିଗ୍ରହଣକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ ବିସ୍ତୃତ ଜନସଂଖ୍ୟାର ଆବଶ୍ୟକତାକୁ ଅଧିକ ପ୍ରଭାବୀ ରୂପେ ପୂରଣ କରିବା ପାଇଁ ବ୍ରାଣ୍ଡ୍‌ ବଜାର ଉପସ୍ଥିତି ଓ ୧୩୦୦ରୁ ଅଧିକ ପରୀକ୍ଷଣର ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ। ଏହି ଅଧିଗ୍ରହଣ ଗଭୀର ପ୍ରବେଶୀକରଣ ସହିତ ନୂଆ ବଜାର ବିକାଶକୁ ପରିଚାଳନା ଏବଂ ବଜାରକୁ ନୂଆ ପରୀକ୍ଷଣଗୁଡିକୁ ଆଣି ଭାରତରେ ଟାୟାର ୨ ଓ ୩ ସହରଗୁଡିକରେ ବ୍ରାଣ୍ଡ୍‌ର ନେଟ୍‌ୱର୍କକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛି।
ସେହିଭଳି ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସ ଭୁବନେଶ୍ୱରର ଡା. ବିଶ୍ୱଜିତ ମହାନ୍ତି କହିଛନ୍ତି, ଆମେ ମେଡ୍‌ଜେନୋମ୍‌ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଓଡ଼ିଶାରେ ଆମର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମାଧାନର ସମ୍ପ୍ରସାରଣ ସହିତ ଏହି ରଣନୈତିକ ସହଯୋଗିତା ସମ୍ପୃକ୍ତ ଅଞ୍ଚଳର ସ୍ବାସ୍ଥ୍ୟସେବାଗୁଡିକୁ ଉନ୍ନତ ସହ ବ୍ୟାପକ ଏବଂ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସମାଧାନ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି।
ସେହିପରି ମେଡ୍‌ଜେନୋମ୍‌ର ଓମିକ୍ସ ସଲ୍ୟୁଶନ ସହ ଆମର ବିସ୍ତୃତ ଉପତ୍ାଦ ପୋର୍ଟଫୋଲିଓକୁ ସମ୍ମିଶ୍ରଣକରି ଆମେ ପୂର୍ବଭାରତ(ପୂର୍ବାଞ୍ଚଳ)ରେ ସର୍ବୋତ୍ତମ ଡାଇଗ୍ନୋଷ୍ଟିକ ଟୁଲ୍‌ ସହ କ୍ଲିନିସିଆନ ଓ ଉପଭୋକ୍ତାଙ୍କୁ ସଶକ୍ତ କରିବୁ।

The post ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌ appeared first on Dharitri Odia News.