ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା
ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଲେଡିଜ ହୋଷ୍ଟେଲରେ ୩ ଜଣ ଓଡ଼ିଆ ମହିଳା ଫସି ରହିଥିବା ଜଣାପଡିଛି। କମ୍ପାନୀ ପକ୍ଷରୁ ସେମାନଙ୍କୁ ଦୀର୍ଘ ୩ ମାସ ହେଲା ପାରିଶ୍ରମିକ ଦିଆଯାଇନଥିବା ବେଳେ ଘରକୁ ଫେରିବାକୁ ସୁଯୋଗ ଦିଆଯାଉନଥିବା ସୂଚନା ମିଳିଛି। ଫସି ରହିଥିବା ମହିଳା ମାନେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଲକ୍ଷ୍ମୀ ଓରଫ ବେବିନା ସେଠୀ, ସୁବୁଦ୍ଧି ନାୟକ ଏବଂ ଶ୍ରୀୟା […] The post ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା appeared first on Dharitri Odia News.
ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଲେଡିଜ ହୋଷ୍ଟେଲରେ ୩ ଜଣ ଓଡ଼ିଆ ମହିଳା ଫସି ରହିଥିବା ଜଣାପଡିଛି। କମ୍ପାନୀ ପକ୍ଷରୁ ସେମାନଙ୍କୁ ଦୀର୍ଘ ୩ ମାସ ହେଲା ପାରିଶ୍ରମିକ ଦିଆଯାଇନଥିବା ବେଳେ ଘରକୁ ଫେରିବାକୁ ସୁଯୋଗ ଦିଆଯାଉନଥିବା ସୂଚନା ମିଳିଛି।
ଫସି ରହିଥିବା ମହିଳା ମାନେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଲକ୍ଷ୍ମୀ ଓରଫ ବେବିନା ସେଠୀ, ସୁବୁଦ୍ଧି ନାୟକ ଏବଂ ଶ୍ରୀୟା ନାୟକ ବୋଲି ଜଣାପଡିଛି। ଲକ୍ଷ୍ମୀଙ୍କ ମା’ଙ୍କର ଦେହ ଖରାପ ରହିଥିବାରୁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିବା ପରିବର୍ତ୍ତେ ଓଲଟି ଧମକ ସହ ନାନାଦି ନିର୍ଯ୍ୟାତନା ଦିଆଯାଉଥିବା କାନ୍ଦି କାନ୍ଦି ଫୋନ ଯୋଗେ ଅଭିଯୋଗ କରିଛନ୍ତି।ତେଣୁ ଗଞ୍ଜାମ ଜିଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ଉଦ୍ଧାର କରିବାକୁ ସେମାନେ ନେହୁରା ହୋଇଛନ୍ତି।ଫସି ରହିଥିବା ଲକ୍ଷ୍ମୀ ସେଠୀଙ୍କ ସହ ୮୪୫୫୯୩୨୬୧୮ ନମ୍ବରରେ ଯୋଗାଯୋଗ କରି ମହିଳା ମାନଙ୍କୁ ଉଦ୍ଧାର କରାଯିବାକୁ ପରିବାର ବର୍ଗଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
The post ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା appeared first on Dharitri Odia News.