କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଏମପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ଏଥର ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଶଙ୍ଖ ଚି଼ହ୍ନ ଦେଖାଇ ନିବେଦନ କରିଛନ୍ତି ଅଚ୍ୟୁତ ଓ ସାଲୁଗା। ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ […] The post କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ appeared first on Dharitri Odia News.

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଏମପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ଏଥର ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଶଙ୍ଖ ଚି଼ହ୍ନ ଦେଖାଇ ନିବେଦନ କରିଛନ୍ତି ଅଚ୍ୟୁତ ଓ ସାଲୁଗା। ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏବଂ ଏଥି ପାଇଁ ତାଙ୍କ ହାତ ମୁଠାକୁ ଆହୁରି ଟାଣ କରିବାକୁ ହେଲେ ଏମପି ଓ ବିଧାୟକ ପାଇଁ ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ କହିଛନ୍ତି। ରାଜ୍ୟର ବିକାଶ ପାଇଁ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଲୋକ ଚାହୁଁଥିବା ସେମାନେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉକ୍ତ ଅଞ୍ଚଳର ଆଠଟି ପଞ୍ଚାୟତ ତଥା ଝିଞ୍ଜିରୁଗୁଡା ସମେତ କୁମ୍ଭାରୀଗାଁ, କାଟିଙ୍ଗିଆ, ବ୍ରାହ୍ମଣୀଗାଁ, ଗଦାପୁର, ତାଜୁଙ୍ଗିଆ, ହାତୀମୁଣ୍ଡା, ସରାମୁଳି ପଞ୍ଚାୟତର ଶତାଧିକ ସମର୍ଥକ, କର୍ମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜି. ଉଦୟଗିରି ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ,କାଳୀ ପ୍ରସାଦ ମଲିକ, ବିଳାସିନି ନାୟକ, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏକଦା କଂଗ୍ରେସ ଗଡ଼ କୁହାଯାଉଥିବା ଏହି ଜିଲାପରିଷଦ ଜୋନରେ ଏବେ ଧୀରେ ଧୀରେ ବିଜେଡିର ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଲୋକଙ୍କ ଆସ୍ଥା ଏବେ ବିଜେଡି ଦଳ ଓ ନବୀନ ପଟ୍ଟନାୟକଙ୍କ ପାଇଁ ବୃଦ୍ଧି ପାଇଛି ଫଳରେ ଦଳକୁ ଜନ ସମର୍ଥନ ବଢିବାରେ ଲାଗିଛି ବୋଲି କୁହାଯାଇଛି।

The post କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ appeared first on Dharitri Odia News.